www.samajalive.in
Tuesday, December 9, 2025
26.1 C
Bhubaneswar

ଜେଏମଏମ ସାଂସଦ ମହୁଆ ମାଜୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି: ଝାଡ଼ଖଣ୍ଡର ଲାତେହାର ଜିଲାରେ ମହାକୁମ୍ଭରୁ ଫେରିବା ସମୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ରାଜ୍ୟସଭା ସାଂସଦ ମହୁଆ ମାଜୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରଟି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସାଂସଦ ମହୁଆ ମାଜୀ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସର ସୂଚନା ମୁତାବକ, ସାଂସଦଙ୍କ ବାମ ହାତର କଚଟି ହାଡ଼ ଭାଙ୍ଗି ଯାଇଛି ଓ ତାଙ୍କୁ ରାଞ୍ଚିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ତାଙ୍କ କାର୍‌ରେ ଥିବା ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜାତୀୟ ରାଜପଥ-୭୫ର ହୋଟଓ୍ବାଗ ଗ୍ରାମ ନିକଟରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ସଦର ଥାନା ଦାୟିତ୍ୱରେ ଥିବା ଦୁଲାର ଚୌଡ଼େ କହିଛନ୍ତି ଯେ, ଦୁର୍ଘଟଣା ପରେ ମାଜୀଙ୍କୁ ତୁରନ୍ତ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେ କହିଛନ୍ତି ଯେ, ମାଜୀ ପ୍ରୟାଗରାଜରୁ ତାଙ୍କ ପୁଅ ଓ ବୋହୂଙ୍କ ସହ ରାଞ୍ଚି ଫେରୁଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories