www.samajalive.in
Monday, December 8, 2025
13.1 C
Bhubaneswar

ରାଇକିଆ କାଥଲିକ୍ ଚର୍ଚ୍ଚରେ ତାଳପତ୍ର ପର୍ବ

ରାଇକିଆ: ରାଇକିଆର ସ୍ଥାନୀୟ କ୍ୟାଥଲିକ୍ ଚର୍ଚ୍ଚରେ ରବିବାର ତାଳପତ୍ର ପର୍ବ ପାଳନ ହୋଇଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରାଜକୀୟ ସମ୍ମାନାର୍ଥେ ଏହି ପର୍ବ ପାଳନ କରାଯାଇଥାଏ। ଚର୍ଚ୍ଚ ମୁଖ୍ୟ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକଙ୍କ ତତ୍ବାବଧାନରେ ଏକ ସ୍ବତନ୍ତ୍ର ଦିବ୍ୟ ଯଜ୍ଞ ଆୟୋଜନ କରାଯାଇଛି। ସକାଳୁ ଖ୍ରୀଷ୍ଟ ବିଶ୍ୱାସୀ ହାତରେ ଖଜୁରୀ ତାଳପତ୍ର ବାହୁଙ୍ଗା ଧରି ସ୍ଥାନୀୟ କନଭେଣ୍ଟ୍ ପରିସରରେ ସମାଗମ ହୋଇଥିଲେ। ଯାଜକ ବାଇବଲ ପଠନ କରି ପବିତ୍ର ଜଳରେ ବାହୁଙ୍ଗାକୁ ସିଞ୍ଚନ କରି ଆଶୀର୍ବାଦ ଦେଇଥିଲେ‌। ଏହାପରେ ବିଶ୍ବାସୀ ପ୍ରଭୁ ଯୀଶୁଙ୍କ ଜୟଗାନ କରି ଶାନ୍ତି ଶୃଙ୍ଖଳା ସହ କନଭେଣ୍ଟରୁ ବାହାରି ଶୋଭାଯାତ୍ରାରେ ଚର୍ଚ୍ଚ ମଧ୍ୟକୁ ପ୍ରବେଶ କରିଥିଲେ। ସ୍ବତନ୍ତ୍ର ଅତିଥି ଯାଜକ ଜୟନ୍ତ ସିଂ ଦିବ୍ୟ ଯଜ୍ଞରେ ବାଇବଲ ପଠନ କରି ପର୍ବ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଏବଂ ସାରା ପୃଥିବୀବାସୀ ଓ ଅଞ୍ଚଳବାସୀଙ୍କ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା। ରାଇକିଆ ପ୍ୟାରିସର ବିଭିନ୍ନ ମଣ୍ଡଳୀରୁ ବହୁ ଖ୍ରୀଷ୍ଟ ବିଶ୍ୱାସୀ ଓ ସେବା ଭଗ୍ନୀ ଯୋଗ ଦେଇଥିଲେ। ଯୁବଗୋଷ୍ଠୀ ଦିବ୍ୟଯଜ୍ଞକାଳୀନ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ କର୍ମକର୍ତ୍ତାଙ୍କ ସହ ପ୍ରଚାରକ ଅନିଲ କୁମାର ନାୟକ ସହଯୋଗ କରିଥିଲେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories