www.samajalive.in
Monday, December 15, 2025
27.1 C
Bhubaneswar

ମହିଳା ସାଂସଦ ଓ ସ୍ଵାମୀଙ୍କୁ ଗୁଳି କରି ହତ୍ୟା, ଆଉ ଜଣେ ସାଂସଦ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ଜଣେ ମହିଳା ସାଂସଦ ଓ ତାଙ୍କ ସ୍ଵାମୀଙ୍କୁ ଘରେ ପଶି ଗୁଳି କରି ହତ୍ୟା କରିଛି ଦୁର୍ବୃତ୍ତ। ଦୁର୍ବୃତ୍ତ ପୁଲିସ ବେଶରେ ଆସି ଏହି ହତ୍ୟାକାଣ୍ଡ ଘଟାଇଛି। ଘଟଣାଟି ଆମେରିକାର ମିନେସୋଟା ସହରରେ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ମହିଳା ସାଂସଦ ମେଲିସା ହର୍ଟମ୍ୟାନ ଓ ତାଙ୍କ ସ୍ଵାମୀ ମାର୍କ ହର୍ଟମ୍ୟାନ। ହତ୍ୟାକାରୀ ଗାଡ଼ିରୁ କିଛି କାଗଜପତ୍ର ଜବତ ହୋଇଛି, ଯେଉଁଥିରେ ଅନ୍ୟ କିଛି ସାଂସଦଙ୍କ ନାମ ରହିଛି।

ବ୍ରୁକଲିନ ପାର୍କ ନିକଟ ନିଜ ଘରେ ଶନିବାର ସକାଳେ ମେଲିସା ଓ ତାଙ୍କ ସ୍ଵାମୀ ଥିଲେ। ସେଠାରେ ସାଂସଦ ଜନ୍‌ ହଫମ୍ୟାନ ଏବଂ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଜଣେ ପୁଲିସ ବେଶ ଧାରୀ ବ୍ୟକ୍ତି ସେମାନଙ୍କ ନିକଟକୁ ଆସି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ମେଲିସା ଓ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ଘଟିଥିଲା। ହଫମ୍ୟାନ ଓ ତାଙ୍କ ପତ୍ନୀଙ୍କ ଶରୀରରେ ଏକାଧିକ ଗୁଳି ବାଜିଥିଲା। ଚିକିତ୍ସା ପରେ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି।

- Advertisement -

ଏହି ଘଟଣାକୁ ମିନେସୋଟା ଗଭର୍ଣ୍ଣର ତୀବ୍ର ନିନ୍ଦା କରିଛନ୍ତି। ଏଭଳି ହିଂସାକୁ ଦେଶବ୍ୟାପୀ ବିରୋଧ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାକୁ କଡ଼ା ନିନ୍ଦା କରିଛନ୍ତି।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories