ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। କାର୍ ଦୁର୍ଘଟଣାରେ ୪ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ୍ ଶ୍ରାବଣ ମାସ ଚାଲିଥିବାରୁ କାଉଡିଆମାନେ ଶିବ ଭଗବାନଙ୍କ ନିକଟରେ ଜଳ ଲାଗି କରିବା ଲାଗି ଯାଉଛନ୍ତି। ତେବେ ଆଜି ସକାଳେ ମଧ୍ୟପ୍ରଦେଶ ଗ୍ବାଲିୟରରେ କିଛି କାଉଡିଆ ରାସ୍ତାକଡରେ ଯାଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସେମାନଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ସିଧୗନା ଗାଁର ବୋଲି ଜଣାପଡିଛି। ମହାଦେବଙ୍କ ଅଭିଷେକ କରିବା ପାଇଁ ଗଙ୍ଗା ଜଳ ସଂଗ୍ରହ କରି ଭାଦଭନାରୁ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି।
Popular Categories



