ନୂଆଦିଲ୍ଲୀ : ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ହେବା ସାଧାରଣ କଥା । ସୋସିଆଲ ମିଡିଆରେ ସାପର ଅନେକ ଭିଡିଓ ଭାଇରାଲ୍ ହୋଇଥାଏ, ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ତେବେ ଚିନ୍ତା କରନ୍ତୁ ଘର ବାହାରେ ନୁହେଁ ବରଂ ଘର ଭିତରେ ହଠାତ୍ ଆପଣଙ୍କ ସାମ୍ନାକୁ ଏକ ବିରାଟକାୟ ନାଗସାପ ଆସିଲେ ଅବସ୍ଥା କ’ଣ ହେବ । ନିକଟରେ ନାଗସାପର ଏକ ଛାତିଥରା ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଥିବା ବେଳେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।
ଭାଇରାଲ୍ ହେଉଥିବା ଭିଡିଓରେ ଦେଖିପାରିବେ, ଏକ ରୁମ୍ରେ କବାଟ ନିକଟରେ ଏକ କଳାନାଗ ଧିରେ ଧିରେ ଯାଉଛି । ସେହି ସମୟରେ ଏକ ଶିଶୁ କବାଟ ଖୋଲିବା ମାତ୍ରେ ତା’ର ପାଦ ସାପ ଉପରେ ପଡିଯାଇଛି । ସାପଟି ମଧ୍ୟ ଫଣା ଟେକି ରହିଥିବା ଦେଖିପାରିବେ । ଶିଶୁଟି ଚିତ୍କାର କରିବା ସହ ସେଠାରୁୁ ଦୌଡି ପଳାଉଛି । ସାପଟି ଧିରେ ଧିରେ ଅଗାକୁ ଯାଉଛି । ମାତ୍ର ସୌଭାଗ୍ୟବଶତଃ ଶିଶୁର କୌଣସି କ୍ଷତି ହୋଇ ନାହିଁ । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଅଗଷ୍ଟ ୧ରୁ ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା: ସୂର୍ଯ୍ୟ-ବୁଧ କରିବେ ଧନୀ,ମିଳିବ ରାଜା ଭଳି ସୁଖ..



