www.samajalive.in
Saturday, December 6, 2025
15.1 C
Bhubaneswar

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଗତ ୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ରିପୋର୍ଟ କାର୍ଡ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ୫ ବର୍ଷରେ ୫୦ଟି ମୁଖ୍ୟ ବିକାଶ କାର୍ଯ୍ୟର ବିବରଣୀ ପ୍ରଦାନ କରିଛନ୍ତି। ୫ ବର୍ଷରେ ୮୮ ପ୍ରତିଶତ ଜନଶୁଣାଣି ଅଭିଯୋଗର ସମାଧାନ ହୋଇଛି। ସଂସଦୀୟ କ୍ଷେତ୍ରରେ ସୌରଚାଳିତ ଆଲୋକୀକରଣ ବ୍ୟବସ୍ଥା ହୋଇଛି। ଜଟଣୀଠାରେ ରେଳ ଓଭର ବ୍ରିଜ୍ ସ୍ଥାପନ ହୋଇଛି। ମେଣ୍ଢାଶାଳରେ ଅବରୋଧ ହଟାଇ ୩୦୦ ଏକର ଜମିକୁ ଜଳଯୋଗାଣ ବ୍ୟବସ୍ଥା ହୋଇଛି। ବଞ୍ଚିତ ଜନସାଧାରଣଙ୍କୁ ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଓ କଳାକାର ଭତ୍ତା ବଣ୍ଟନର ବ୍ୟବସ୍ଥା କରାଯାଇଛି । ଗାଁ ଗହଳି, ବସ୍ତି ସହର ବାସିନ୍ଦା ମାନଙ୍କ ସହ ପ୍ରତ୍ୟେକ୍ଷ ସମ୍ପର୍କ ସ୍ଥାପନ କରିଛି ।  ସେହିପରି ଜଳ ଯୋଗାଣ ବ୍ୟବସ୍ଥାରେ ବିଭିନ୍ନ ମନ୍ଦିର, କ୍ଲବ୍, ଡାକ୍ତରଖାନା ତଥା ଛକ ଜାଗା ମାନଙ୍କରେ ୪୬୧ଟି ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।  ପ୍ରାୟ ୧୦୬୮ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତ୍ୟେକ ବ୍ଲକର ପ୍ରତି ଘରକୁ ସୁରକ୍ଷିତ ନିର୍ମଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories