www.samajalive.in
Tuesday, December 9, 2025
16.1 C
Bhubaneswar

ବିଏମସି କଟକଣା ପରେ କହିଲେ ସାଂସଦ ଅପରାଜିତା, ମାଗଣା ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ

କିଛି ଦିନ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ୱବର୍ତ୍ତୀ ଅଂଚଳ ଓ ବଜାରରେ ରହୁଥିବା ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଆରମ୍ଭ କରିଥିଲେ। ତେବେ ଏଥିରେ ମାଗଣାରେ ନୁହେଁ ବରଂ ୧ଟଙ୍କାରେ ଖାଦ୍ୟ ମିଳିବ ବୋଲି ସେ କହିଛନ୍ତି।

- Advertisement -

ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାଂସଦ ଅପରାଜିତା ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି। ବିଏମ୍‌ସିର ବିନା ଅନୁମତିରେ ବାସଶୂନ୍ୟଙ୍କୁ ଖାଦ୍ୟ ତଥା ବସ୍ତ୍ର ବଣ୍ଟନ କରିପାରିବେ ନାହିଁ ବୋଲି ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ବିଜ୍ଞପ୍ତି ଅନୁଯାୟୀ, ବ୍ୟକ୍ତିବିଶେଷ ଏବଂ ସଂସ୍ଥା ଅନୁମତି ନେଇ ବିଏମ୍‌ସି ପରିଚାଳିତ ଆଶ୍ରୟସ୍ଥଳୀ ଅନ୍ତେବାସୀଙ୍କୁ ଖାଦ୍ୟ, ବସ୍ତ୍ର ଦାନ କରି ପାରିବେ। ଯେଉଁମାନେ ଏହ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା।

ବାସଶୂନ୍ୟ ଲୋକଙ୍କୁ ଖାଦ୍ୟ ଏବଂ ବସ୍ତ୍ର ଦେବା ଦ୍ବାରା ସେମାନେ ରାସ୍ତା କଡ଼ ଛାଡ଼ି ବିଏମ୍‌ସି ଆଶ୍ରୟସ୍ଥଳୀକୁ ଯିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବହୁବାର ସଚେତନତା ପରେ ମଧ୍ୟ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। ଫଳରେ ଭୁବନେଶ୍ବର ଭିକ୍ଷାବୃତ୍ତି ମୁକ୍ତ ସହର ହେବା ପ୍ରୟାସ ବିଫଳ ହେଉଛି। ବିଏମ୍‌ସି ଏଥିରେ ଲୋକଙ୍କ ସହଯୋଗ ଲୋଡ଼ିବା ସହିତ ଅନୁମତି ନେଇ ନିରାଶ୍ରୟଙ୍କୁ ଖାଦ୍ୟ/ବସ୍ତ୍ର ଦାନ କରିବାକୁ ଅନୁରୋଧ କରିଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories