www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଯୁକ୍ତି ଓ ଉଦ୍ଭାବନ ଆମ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ : ଧର୍ମେନ୍ଦ୍ର

ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ଏଆଇ ପାଠ୍ୟକ୍ରମ ପ୍ରସ୍ତୁତ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ଲୋଲୋଜି କମ୍ପାନୀ ଆଇବିଏମ ମଧ୍ୟରେ ୮ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ ସ୍କିଲିଂ ଏବଂ ଉଭା ହେଉଥିବା ସ୍କିଲିଂକୁ ନେଇ ଏହି ଏମଓୟୁ ସ୍ୱାକ୍ଷର ହୋଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ବିଶାଳ ଓ ଯୁବ ଜନସଂଖ୍ୟା ସହ ଭାରତ ପର୍ଯ୍ୟାପ୍ତ ସମ୍ଭାବନା ହାସଲ କରିପାରିବା କ୍ଷେତ୍ରରେ ଶୀର୍ଷରେ ରହିଛି । ଏହି ଜନସଂଖ୍ୟାଗତ ଲାଭକୁ ଉପଯୋଗ କରିବା ପାଇଁ ଆଜିର ଅଧୁନା କର୍ମକ୍ଷେତ୍ରରେ ଯୁବପିଢ଼ିଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଜରୁରୀ । ଏହି ସହଯୋଗ ଆମର ‘ସ୍କିଲ୍ ଇଣ୍ଡିଆ’ ଲକ୍ଷ୍ୟ ଏବଂ ଆଇବିଏମ୍ ସ୍କିଲ୍ସ ବିଲ୍ଡ ପ୍ଲାଟଫର୍ମ ବ୍ୟବହାର କରି ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟାରେ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଜି ସୃଷ୍ଟି ହୋଇଥିବା ଏହି ଭାଗିଦାରୀ ଆମ ଶିକ୍ଷାର୍ଥୀମାନଙ୍କୁ ପ୍ରଯୁକ୍ତିବିଦ୍ୟାର ପ୍ରକୃତ ସମ୍ଭାବନାକୁ ଉପଯୋଗ କରିବା ସହ ସେମାନଙ୍କୁ ଭବିଷ୍ୟତର ଓ୍ୱେଲଥ୍ କ୍ରିଏଟର ଓ ସମାଜର ଉଦ୍ୟୋଗୀରେ ପରିଣତ କରିବାରେ ସହାୟକ ହେବ । ଟେକ୍ନୋଲୋଜି ଏବଂ ଇନୋଭେସନ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି । ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟତର ଦକ୍ଷତା ଇକୋସିଷ୍ଟମକୁ ଅଧିକ ପ୍ରାଥମିକତା ଦେଇଥିଲେ। ଜି-୨୦ ଫୋରମରେ ବିଶ୍ୱ ନେତୃତ୍ୱଙ୍କ ସହ ବିଶ୍ୱର ସ୍କିଲ୍ ମ୍ୟାପିଂ କରିବା ଭଳି ଚୁକ୍ତି ହୋଇଛି । ଟେକ୍ନୋଲୋଜି ଏବଂ ଇନୋଭେସନ ଆମ ବିଚାରକୁ ପ୍ରଭାବିତ କରିବା ସହ ଜୀବନଶୈଳୀରେ ବ୍ୟପାକ ପରିବର୍ତ୍ତନ ଆଣୁଛି । ଟେକ୍ନୋଲୋଜି ଓ ଡିଜିଟାଲକରଣ ଆମ ଦୈନନ୍ଦିନ ଜୀବନର ଗୋଟିଏ ମାଧ୍ୟମ ହୋଇଛି। ଡିଜିଟାଲ ସାକ୍ଷରତା ବର୍ତ୍ତମାନ ସମୟରେ ପ୍ରାସଙ୍ଗିକ ହୋଇଛି । ଏଆଇ ଆମର ଅର୍ଥନୀତି ବ୍ୟବସ୍ଥା ଏବଂ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି ।
ଆଜି ୮ଟି ଶିକ୍ଷଣ ସଂସ୍ଥା ଆଇବିଏମ ସହ ବୁଝାମଣା କରିଛନ୍ତି। ସ୍କିଲିଂ, ରି-ସ୍କିଲିଂ, ଅପ୍ ସ୍କିଲିଂ ଆମର ସର୍ବୋଚ୍ଚ ପ୍ରାଥମିକତା। ଦେଶର ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ କୁଶଳୀ କରିବା ପାଇଁ ଅନେକ ଯୋଜନା ହେଉଛି । ପ୍ରତି ସପ୍ତାହରେ ଚାଟ ଜିପିଟିର ନୂଆ ଭର୍ସନ ଆସୁଛି। ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଆଗାମୀ ଦିନରେ ବିଶ୍ୱର ଏକ ନମ୍ବର ଅର୍ଥନୀତି ମଧ୍ୟ ହେବ। ତେଣୁ ସମାଜକୁ ବର୍ତ୍ତମାନ ଠାରୁ ସ୍କିଲିଂ, ରି ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବାର ଆବଶ୍ୟକତା ରହିଛି । ସେ ଦିଗରେ ଆଜିର ଏମଓୟୁ ଅନ୍ୟତମ ପଦକ୍ଷେପ । ପିଏମ ବିଶ୍ୱକର୍ମା ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଶୁଭାରମ୍ଭ କରିଛନ୍ତି । ୧୮ଟି ପାରମ୍ପରିକ ତଥା କୌଳିକ ବୃତ୍ତିକୁ ଏହି ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଛି। ଆଇବିଏମ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାରେ ଆଇବିଏମ ସହଯୋଗ ହୋଇ କାର୍ଯ୍ୟକରିବ । ଏହାବ୍ୟତିତ ଆଇବିଏମ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ଏଆଇ ପାଠ୍ୟକ୍ରମ ପ୍ରସ୍ତୁତ କରିବ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସ୍କିଲିଂ ଏବଂ ବ୍ଲକ୍ ଚେନ୍ ପାଠ୍ୟକ୍ରମ ମଧ୍ୟ ବିକଶିତ କରାଯିବ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories