www.samajalive.in
Saturday, December 6, 2025
16.1 C
Bhubaneswar

ଅସହ୍ୟ ହେଲା ମା’ ଅତ୍ୟାଚାର, ଥାନାରେ ଭାଇଭଉଣୀ

ଚନ୍ଦ୍ରଶେଖରପୁର: ଆର୍ଥିକ ଦୁର୍ନୀତି ଅଭିଯୋଗରେ ବାପା ଜେଲରେ। ମା ରଖିଛନ୍ତି ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ। ବାହାର ଲୋକ ଘରକୁ ଆସୁଛନ୍ତି। ପ୍ରତିବାଦ କଲେ ଅତ୍ୟାଚାର କରୁଛନ୍ତି। ମା’ ନାରେ ଏମିତି ଏକ ସାଂଘାତିକ ଅଭିଯାଗ ଆଣଇଛନ୍ତି ତାଙ୍କ ପୁଅ-ଝିଅ। ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ପୀଡ଼ିତ ଭାଇ- ଭଉଣୀ। ଏପରିକି ମାଙ୍କର ଜଣେ ପୁରୁଷ ବନ୍ଧୁ, ଝିଅ ସହିତ ଅଶ୍ଳୀଳ ବ୍ୟବହାର କରିଥିବା ନେଇ ମଧ୍ୟ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି। ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ପୁଲିସ ଘଟଣାର ହସ୍ତକ୍ଷେପ କରି କଠୋର ଶାସ୍ତି ଦେବାକୁ ନିବେଦନ କରିଛନ୍ତି। ସେପଟେ ଝିଅ-ପୁଅଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଝିଅ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ମା। ଝିଅ ବିରୋଧରେ ଅଭିଯୋଗ ଆଣି ମା ୧୦ଦିନ ତଳେ ଥାନାରେ ଏତଲା ଦେଇଥିବା କହିଛନ୍ତି।

ଅଭିଯୋଗ ଅନୁସାରେ ଶୈଳଶ୍ରୀବିହାର ମନୋଜ କୁମାର ପଟ୍ଟନାୟକ ପରିବାର ସହ ରହୁଥିଲେ। ଏକ ଆର୍ଥିକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୦୧୭ରେ କାରାଗାର ଯାଇଥିଲେ। ତା’ପରେ ପରିବାର ପୋଷଣରେ ବହୁ ଅସୁବିଧା ଦେଖା ଦେଇଥିଲା। ଏହାପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ମା ଯୁବକଙ୍କ ସହ ବନ୍ଧୁତ୍ୱ ଆରମ୍ଭ କରିଥିଲେ। ମା’ଙ୍କ ଏଭଳି କାର୍ଯ୍ୟକଳାପ ଦେଖି ନାବାଳିକା ଝିଅ ପୁଅ ଏହାକୁ ବିରୋଧ କରିବା ସହିତ ବାପା ମନୋଜଙ୍କୁ ଜଣାଇଥିଲେ। ହେଲେ ମନୋଜଙ୍କ କଥା ମହିଳା ଜଣକ ଭ୍ରୁକ୍ଷେପ କରି ନ ଥିଲେ। ବିଭିନ୍ନ ଯୁବକଙ୍କ ସହ ମା’ଙ୍କର ସମ୍ପର୍କକୁ ନାବାଳିକା ଝିଅ ପୁଅ ବିରୋଧ କରିବାରୁ ସେମାନଙ୍କୁ ଜବରଦସ୍ତ ଏକ କୋଠରୀରେ ବନ୍ଦକରି ବାହାରୁ ତାଲା ପକାଇ ଦେଉଥିବା ଅଭିଯୋଗ କରିଛନ୍ତି। ଶୁକ୍ରବାର ରାତିରେ ମା’ଙ୍କ ଏଭଳି କାର୍ଯ୍ୟକଳାପ ହେତୁ ଝିଅ ପୁଅ ଦୁହେିଁ ବନ୍ଦ କୋଠରୀରୁ କୌଶଳକ୍ରମେ ଖସି ସ୍ଥାନୀୟ ଥାନାକୁ ଚାଲି ଚାଲି ଆସୁଥିଲେ। ଏତିକିବେଳେ ଜଣେ ମହିଳା ଆଇନଜୀବୀ ଦୁହିଁଙ୍କୁ ଧରି ଥାନାକୁ ଆଣି ଅଭିେଯାଗ କରିଥିଲେ। ପୂର୍ବରୁ ମା’ ଝିଅ ପରସ୍ପର ବିରୋଧରେ ଦୁଇଥର ଥାନାରେ ଅଭିଯୋଗ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories