ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୪୧,୮୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୩,୧୬,୫୫,୮୨୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୪,୩୫୧ ରେ ପହଞ୍ଚିଛି। ୨୪ ଘଣ୍ଟାରେ ଆଉ ୩୯,୨୫୮ ସୁସ୍ଥ ହୋଇଥିବା ବେଳେ ମୋଟ ୩,୦୮,୨୦,୫୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥତା ହାର ୯୭.୩୬%।
ଏବେ ଦେଶରେ ୪,୧୦,୯୫୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୧.୩୦%। ସପ୍ତାହିକ ସଂକ୍ରମଣ ହାର ୫% ତଳକୁ ରହିଥିବା ବେଳେ ବର୍ତ୍ତମାନ ଏହା ୨.୪୨% ରହିଛି। ଦୈନିକ ପଜିଟିଭ ହାର ୨.୩୪% ରହିଛି। ଦିନକରେ ୬୦,୧୫,୮୪୨ ଟିକା କରଣ ହୋଇଥିବା ବେଳେ ଏଯାଏଁ ୪୭,୦୨,୯୮,୫୯୬ ଟିକା କରଣ ହୋଇସାରିଛି। ୨୪ ଘଣ୍ଟାରେ ୧୭,୮୯,୪୭୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୬,୮୨,୧୬,୫୧୦ ନମୁନା ପରୀକ୍ଷା କରାଯାଇ ସାରିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ଦେଶରେ ନୂଆ ସଂକ୍ରମିତ ୪୧,୮୩୧ ; ମୃତ ୫୪୧
Popular Categories



