www.samajalive.in
Friday, December 5, 2025
20.1 C
Bhubaneswar

କନ୍ଦାହାର ବିମାନବନ୍ଦର ଉପରେ ରକେଟ୍ ମାଡ; ସମସ୍ତ ଉଡ଼ାଣ ରଦ୍ଦ

କାବୁଲ: ଆଫଗାନିସ୍ତାନର କନ୍ଦାହାର ବିମାନବନ୍ଦରରେ ରକେଟ୍ ମାଡ ହୋଇଛି। ବିମାନବନ୍ଦରରେ ଲଗାତାର ୩ଟି ରକେଟ୍‌ ମାଡ କରାଯାଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଦୁଇଟି ରନୱେରେ ମାଡ ହୋଇଛି। ଏହାପରେ ବିମାନବନ୍ଦରରୁ ସମସ୍ତ ଉଡ଼ାଣ ରଦ୍ଦ କରାଯାଇଛି। ଏହି ଆକ୍ରମଣ ପଛରେ ତାଲିବାନର ହାତ ଥିବା କୁହାଯାଉଛି।

କନ୍ଦାହାର ବିମାନବନ୍ଦର ଅଧିକାରୀ ରକେଟ୍ ମାଡ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ବିମାନ ବନ୍ଦର ମୁଖ୍ୟ ମସୁଦ ପସ୍ତୁନ କହିଛନ୍ତି, ଦକ୍ଷିଣ ଆଫଗାନିସ୍ତାନର କନ୍ଦାହାର ବିମାନବନ୍ଦରରେ ଅତି କମରେ ତିନିଟି ରକେଟ ଆକ୍ରମଣ ହୋଇଛି।

- Advertisement -

ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ବିବାଦ ଜାରି ରହିଛି। ତାଲିବାନ ଗତ କିଛି ଦିନ ମଧ୍ୟରେ ଆକ୍ରମଣକୁ ତୀବ୍ର କରିଛି। ତାଲିବାନ ବର୍ତ୍ତମାନ ଆଫଗାନିସ୍ତାନ ସେନା ଅଧୀନରେ ଥିବା କନ୍ଦାହାରକୁ କାବୁ କରିବାକୁ ଚେଷ୍ଟା କରୁଛି। କନ୍ଦାହାର ଏପର୍ୟ୍ୟନ୍ତ ଆଫଗାନିସ୍ତାନ ସରକାରଙ୍କ ଅଧୀନରେ ଅଛି, କିନ୍ତୁ ତାଲିବାନ ଦଖଲ କରିବାକୁ ଚେଷ୍ଟା କରୁଛି। ଆଫଗାନିସ୍ତାନର ଏକ ଗୁରୁତ୍ୱପୂର୍ଣ୍ଣ ସହର ହେଉଛି କନ୍ଦାହାର। ତାଲିବାନ ଗତ କିଛି ଦିନ ହେବ ଏଠାରେ ଆକ୍ରମଣକୁ ଜୋରଦାର କରିଛି। ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି। ପରିସ୍ଥିତି ଏପରି ଯେ ଲୋକମାନେ ନିଜ ଘର ଛାଡି ଶରଣାର୍ଥୀ ଶିବିରରେ ରହିବାକୁ ବାଧ୍ୟ ହେଉଛନ୍ତି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories