www.samajalive.in
Saturday, December 6, 2025
14.1 C
Bhubaneswar

ବ୍ୟାଟରେ ବାଡେଇ ମା’କୁ ମାରିଲା ନୃଶଂସ ପୁଅ

ଝାରସୁଗୁଡା : ସବୁବେଳେ ପିଲାର ଅଳି ଅଝଟକୁ ବିନା ଦ୍ୱିଧାରେ ସହି ନିଏ ମା’ । ସବୁବେଳେ ନିଜ ପିଲାକୁ ପଣତ ତଳେ ଢାଙ୍କି ରଖିଥାଏ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ନିକ୍ତିମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଙ୍ଗିଆଟିକ୍ରା ଗ୍ରାମର (ହରିଜନ ପଡା)ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କିନ୍ତୁ ଶନିବାର ମିଳିଥିବା ସୂଚନା ଅନୁସାରେ ଅସମତି କୁସୁମଙ୍କୁ ପାରିବାରିକ କଳହ ଯୋଗୁଁ ଘରେ ବସିଥିବା ସମୟରେ ନିଜ ପୁଅ ଲୋକେଶ୍ୱର କୁସୁମ ଘରକୁ ଆସି ନିଜ ମାଆ ଅସମତି କୁସୁମ (ବୟସ ୬୦)ଙ୍କୁ ପଥର ଓ କ୍ରିକେଟ ବ୍ୟାଟରେ ମାଡ଼ ମାରି ଫେରାର ହୋଇଯାଇଥିଲା । ଗୁରୁତର ସହ ଅଚେତ ଅବସ୍ଥାରେ ପରିବାର ଲୋକେ ଅସମତି କୁସୁମଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଝାରସୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । ବୁର୍ଲାରେ ଡ଼କ୍ତର ମୃତ ଘୋଷଣା କରିବା ସହ ସବ ବ୍ୟବଛେଦ କରି ଗୃହକୁ ପଠେଇ ଦେଇଥିଲେ । ପରେ ପାନପାଲି ଗ୍ରାମର ଚିନ୍ତାମଣି ମହାନନ୍ଦ ଲଇକେରା ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଆଇପିସି ୩୦୨ ଧାରାରେ ମାମଲା ଦାୟର କରାଯାଇଛି। ଘଟଣାର ତଦନ୍ତ କରି ଫେରାର ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରିଛି। ପରେ ଶନିବାର ଦ୍ୱୀପହରରେ ଭାତଲଇଡା ଠାରେ ବାଇକରେ ଫେରାର ହେଉଥିବା ସମୟରେ ଲଇକେରା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଆସନ୍ତାକାଲି ଏସଡ଼ିଜିଏମ କୋର୍ଟରେ ଅଭିଯୁକ୍ତକୁ ହାଜର କରିବେ ବୋଲି ଲଇକେରା ଆଇଆଇସି ବିଶ୍ଵପତି ପଣ୍ଡା ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories