ନୂଆଦିଲ୍ଲୀ : ସହିଦଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଭାରତକେବୀର.ଗଭ୍.ଇନ ୱେବସାଇଟ୍ ମାଧ୍ୟମରେ ଦାନ କରିବାକୁ ସରକାର ଉପଦେଶ ଦେଇଛନ୍ତି।
କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ସହିଦ ଜବାନମାନଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ଚାହୁଁଥିବା ଲୋକମାନେ bharatkeveer.gov.in ୱେବସାଇଟ୍ ମାଧ୍ୟମରେ ପ୍ରଦାନ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉପଦେଶ ଦିଆଯାଇଛି। ଭାରତକେବୀର ହେଉଛି ଏକ ଟ୍ରଷ୍ଟ। ଯାହା ମାଧ୍ୟମରେ ସହିଦଙ୍କ ପରିବାରଙ୍କୁ ଲୋକମାନେ ସ୍ୱେଚ୍ଛାକୃତ ଭାବେ ସହାୟତା ପ୍ରଦାନ କରିପାରିବେ। ବିଏସଏଫ, ସିଆରପିଏଫ, ସିଆରଏସଏଫ, ଆଇଟିବିପି,ଏନଡିଆରଏଫ,ଏନଏସଜି,ଏସଏସବି ଏବଂ ଆସାମ ରାଇଫଲ୍ସକୁ ନେଇ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ଗଠିତ । ତେବେ ଭାରତକେବୀରକୁ ପ୍ରଦାନ କରାଯାଉଥିବା ଦାନକୁ ଆୟକର ମୁକ୍ତ କରାଯାଇଛି।
ସହିଦଙ୍କ ପରିବାରଙ୍କୁ ସହାୟତା ପାଇଁ ୱେବସାଇଟ୍ ’ଭାରତକେବୀର’
Popular Categories



