www.samajalive.in
Monday, December 15, 2025
15.1 C
Bhubaneswar

ସହରରେ ପ୍ରବଳ ମଶା, କୁମ୍ଭକର୍ଣ୍ଣ ନିଦ୍ରାରେ ପୌରପାଳିକା

ବଲାଙ୍ଗିର : ବଲାଙ୍ଗିର ସହରରେ ନିୟମିତ୍ତ ଭାବେ ଅଳିଆ ଆବର୍ଜନା ସଫା କରାଯାଉନଥିବା ବେଳେ ଅନେକ ସ୍ଥାନରେ ମଶା, ମାଛି ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ବଲାଙ୍ଗିର ସହରରେ କୌଣସି ଏଭଳି ସ୍ଥାନ ନାହିଁ ଯୋହା ମଶାମୁକ୍ତ ନୁହେଁ। ଘରେ ବାହାରେ ଯେଉଁଠି ଛିଡା ହେଲେ ମଧ୍ୟ ମଶା କାମୁଡି ମଣିଷକୁ ହଇରାଣ କରୁଛନ୍ତି। ଯାହା ଫଳରେ ମଣିଷ ଜୀବନ ଅସ୍ତ ବ୍ୟସ୍ତ ହେବା ସହ ବିବ୍ରତ ହୋଇଯାଉଛି । ସହରରେ ମଶା କମିବା ବଦଳରେ ଦିନକୁ ଦିନ ପ୍ରବଳ ବୃଦ୍ଧି ପାଇବାରେ ଲାଗିଛି। ମାଶା ବଂଶ ଲୋପ କରିବା ପାଇଁ ମାଶମରା ତେଳ, ବ୍ଲିଚିଂ ପାଉଡର ସମେତ ଅନ୍ୟାନ୍ୟ ରାସାୟନ ଜିନିଷ ବ୍ୟବହାର ହୁଏ। କିନ୍ତୁ ପୌରପାଳିକା ଏସବୁ କାର୍ଯ୍ୟ ଆଉ ପଡାମାନଙ୍କରେ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ମଶା ନିରାକରଣ ପାଇଁ ମାଶ ଧୂଆଁ ଗାଡି ବୁଲୁଥିବା ବେଳେ ଆଉ ତାହା ମଧ୍ୟ ସହରର ବିଭିନ୍ନ ୱାର୍ଡ ପରିକ୍ରମା କରୁନଥିବା ଅଭିଯୋଗ ହେଉଛି।
ବିଭାଗୀୟ ସୂଚନାରୁ ପ୍ରକାଶ ଯେ, ସାରା ଜିଲାରେ ୨୦୧୬ ମସିହାରେ ୧୮ ଲକ୍ଷ ୧୫ ହଜାର ୨୧୫ ଲୋକଙ୍କ ମଧ୍ୟରୁ ୩ ଲକ୍ଷ ୪୭ ହଜାର ୯୩ଟି ରକ୍ତ ପରୀକ୍ଷା କରାଯାଇଥିଲା। ସେଥିରୁ ୯୫୦୫ଟି ପଜିଟିଭ ବାହାରିଥିବା ବେଳେ ପିଭି ୨୭୨୦, ପିଏଫ ୬୭୮୫ ବାହାରିଥିଲା। ସେଥିରୁ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଏ। ୨୦୧୭ ମସିହାରେ ୧୮ ଲକ୍ଷ ୨୭ ହଜାର ୧୧୬ ଲୋକଙ୍କ ମଧ୍ୟରୁ ୩ ଲକ୍ଷ ୧୩ ହଜାର ୨୮୩ଟି ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ ୩୯୮୩ ଟି ପଜିଟିଭ ବାହାରିଥିବା ବେଳେ ପିଭି ୧୩୪୩, ପିଏଫ ୨୬୪୦ ବାହାରିଥିଲା। ସେଥିରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଏ। ସେହିପରି ୨୦୧୮ ମସିହାରେ ୧୮ ଲକ୍ଷ ୩୯ହଜାର ୩୧୧ ଲୋକଙ୍କ ମଧ୍ୟରୁ ୨ ଲକ୍ଷ ୯୬ହଜାର ୫୯ଟି ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ୫୯୫ ଟି ପଜିଟିଭ ବାହାରିଥିବା ବେଳେ ପିଭି ୨୩୯, ପିଏଫ ୩୫୬ ବାହାରିଥିଲା। ଏହି ବର୍ଷ କାହାରି ମୃତ୍ୟୁ ହୋଇନଥିବା ବିଭାଗୀୟ ତଥ୍ୟ କହୁଛି । ତେବେ ୨୦୧୯ ମସିହା ମାର୍ଚ୍ଚ ଯାଏଁ ୧୮ ଲକ୍ଷ ୩୯ହଜାର ୬୨୧ ଲୋକଙ୍କ ମଧ୍ୟରୁ ୬୩ ହଜାର ୮୩୯ ଟି ପରୀକ୍ଷା କରାଯାଇଥିଲା। ସେଥିରୁ୪୨ ଟି ପଜିଟିଭ ବାହାରିଥିବା ବେଳେ ପିଭି ୧୯, ପିଏଫ ୨୩ ବାହାରିଥିଲା। ଏହି ବର୍ଷ ମଧ୍ୟ କୌଣସି ମ୍ୟାଲେରିଆରେ ପିଡୀତ ରୋଗୀଙ୍କ ମୃତ୍ୟୁ ହୋଇନଥିବା ଜଣାଯାଏ। ଯାହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଆସ୍ବସ୍ତିକର ଖବର।  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ରୋଗରେ ପୀଡିତ ରୋଗୀଙ୍କ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବାରୁ ୨୦୧୮ ଓ ୨୦୧୯ ମାର୍ଚ୍ଚ ଯାଏଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ଏହି ରିପୋର୍ଟ ସ୍ପଷ୍ଟ କରୁଛି ଯେ ପ୍ରତିବର୍ଷ ମୋଟ ଜନସଂଖ୍ୟାରୁ ୧୫ ପ୍ରତିଶତ ଲୋକଙ୍କୁ ଏହା ପ୍ରଭାବିତ କରୁଛି । ଏହା ସହ ଏହି ବର୍ଗର ଲୋକେ ବିଭିନ୍ନ ଜ୍ୱରରେ ପିଡୀତ ହେଉଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories