www.samajalive.in
Saturday, December 6, 2025
26.1 C
Bhubaneswar

ମସ୍କୋରେ ଆତଙ୍କୀ ହମଲା: ୬୦ ମୃତ

ନୂଆଦିଲ୍ଲୀ: ରୁଷ ରାଜଧାନୀ ମସ୍କୋରେ ଆତଙ୍କୀ ହମଲା। ମସ୍କୋର ଏକ କନସର୍ଟ ହଲରେ ଆଖିବୁଜା ଗୁଳିମାଡ ହୋଇଛି। ଗୁଳିମାଡରେ ୬୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪୫ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ୪ରୁ ୫ ଆତଙ୍କବାଦୀ ଗୁଳିମାଡ କରିଥିବା ଜଣାପଡିଛି। ଗୁଳିକାଣ୍ଡ ପରେ ମଲରେ ହଇଚଇ ସୃଷ୍ଟି ହୋଇଥିଲା । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି । ତେବେ ଗୁଳିମାଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଆକ୍ରମଣକାରୀମାନେ ସେନା ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଳିଛି । ଆକ୍ରମଣକାରୀମାନେ କ୍ରୋକସ୍ ସିଟି ହଲ୍ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ, ଯାହା ଫଳରେ ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ମଲ୍ ରେ ଏବେ ବି ଶହ ଶହ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ମସ୍କୋ ଉପରେ ହୋଇଥିବା ଆକ୍ରମଣକୁ ନେଇ ରୁଷର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛି । ତେବେ, ଏହି ଗୁଳି ଚାଳନା ପାଇଁ ଆତଙ୍କୀ ସଂଗଠନ ଆଇଏସଆଇ ନିଜକୁ ଦାୟୀ କରିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories