କେମିତି କଟିବ ଆଜିର ଦିନ: ଶନିବାର ରାଶିଫଳ

ମେଷ: ଆପଣ ଓ ଆପଣଙ୍କ ସମସ୍ତ ସମ୍ପର୍କୀୟ ସ୍ଥିର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଚରିତ୍ରବାନ୍‌ ହେବେ। କଳହଠାରୁ ଦୂରେଇ ରହିବେ। ଆକସ୍ମିକ ଧନ ଲାଭ ହୋଇପାରେ। କର୍ମଠ, ଧାର୍ମିକ ଓ ତେଜସ୍ବୀ ହେବେ।
ବୃଷ: ଦୂରୁହ କାର୍ଯ୍ୟ ସମ୍ପାଦନରେ ସିଦ୍ଧହସ୍ତ ହେବେ। ପ୍ରଭୂତ କୋଷର ଅଧିକାରୀ ହୋଇପାରନ୍ତି। ନିଜ କୁଳର ପଦମର୍ଯ୍ୟାଦା ରକ୍ଷା କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭପ୍ରଦ ହେବ।
ମିଥୁନ: ଜିତେନ୍ଦ୍ରୀୟ ହେବେ। ଧନସମ୍ପଦ ଭରପୂର ରହିବ। ଶୌର୍ଯ୍ୟଶାଳୀ ହେବାର ସୂଚନା ମିଳୁଛି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌ ଓ ସାହସୀ ହେବେ। ଉଦ୍ୟୋଗପତି ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।
କର୍କଟ: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭପ୍ରଦ ହେବ। ନୌବାଣିଜ୍ୟ କାରବାରରୁ ଓହରି ଆସିବା ଭଲ ହେବ। ସେବା ଓ ପରୋପକାରକୁ ଗ୍ରହଣ କରିପାରନ୍ତି।
ସିଂହ: ଦୟାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଦେଶ ପାଇଁ ସେବା ମନୋଭାବର ହୋଇପାରନ୍ତି। ବନ୍ଧୁବାନ୍ଧବ ଓ ପ୍ରିୟାପୀତିଙ୍କର ପୂଜ୍ୟ ହେବେ। ଗର୍ବ, ଅହଂକାର ପରିତ୍ୟାଗ କରି ସେବା ମନୋଭାବର ହେବେ।
କନ୍ୟା : ଦୟାର୍ଦ୍ରଚିତ୍ତ ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବାରେ ସିଦ୍ଧହସ୍ତ ହେବେ। ପରୋପକାରୀ ହେବେ। ଶିଷ୍ଟାଚାର ସମ୍ପନ୍ନ ହୋଇପାରନ୍ତି। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଶତ୍ରୁମାନେ ପରାଜିତ ହୋଇପାରନ୍ତି।
ତୁଳା: ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହୋଇ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଦୈବୀ ଶକ୍ତିସମ୍ପନ୍ନ କନ୍ୟା ପାଇଁ ଗର୍ବିତ ହେବେ। ଶିକ୍ଷିତା ପତ୍ନୀଙ୍କଠାରେ ପତିବ୍ରତା ଗୁଣ ରହିଛି। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ବିଛା: ଖଳ ଲୋକଙ୍କ ପ୍ରତି ବିମୁଖ ଭାବ ସମ୍ପନ୍ନ ହେବେ। ସଦାସର୍ବଦା ସାଧୁ ସଙ୍ଗ ପାଇଁ ଇଚ୍ଛା ପ୍ରକାଶ କରିବେ। ଧନସମ୍ପଦ ଭରପୂର ରହିବ। ନାରୀ ହୋଇଥିଲେ ବି ପୁରୁଷ ସ୍ବଭାବସମ୍ପନ୍ନ ହେବେ। ଉଦାରଚେତା ହେବେ।
ଧନୁ: ପ୍ରତ୍ୟେକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ତ୍ରୁଟିହୀନ କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ପ୍ରତିଶ୍ରୁତି ପାଳନରେ ସତ୍ୟସନ୍ଧ ହୋଇପାରନ୍ତି। ଗର୍ବହୀନ ଓ ବିନୟଭାବାପନ୍ନ ହେବେ।
ମକର: ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ବହୁ ମୂଲ୍ୟବାନ୍ ରତ୍ନାଦି ଦୁର୍ମୂଲ୍ୟ ପଦାର୍ଥର ଅଧିକାରୀ ହେବେ। ସପତ୍ନୀକ ତୀର୍ଥରତ ହେବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। ଶାନ୍ତିପ୍ରିୟ ଓ ଧନଯୁକ୍ତ ହୋଇପାରନ୍ତି।
କୁମ୍ଭ:ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ନିଜ ଭତରେ ଥିବା ସୂର୍ଯ୍ୟକୁ ଉଦୟ କରି ଗାବଚ୍ଛ ଅତିକ୍ରମ କରିପାରନ୍ତି।
ମୀନ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିବାକୁ ବାଧ୍ୟ ହେବେ। ଭ୍ରାତୃଭାବ ଅତୁଟ ରହିବ। ଚତୁର ଓ ଶତ୍ରୁବିଜୟୀ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଗ୍ରାମାଞ୍ଚଳ ଲୋକଙ୍କ ସେବା ପ୍ରତି ଧ୍ୟାନ ଦେବେ।

Comments are closed.