www.samajalive.in
Sunday, December 7, 2025
26.1 C
Bhubaneswar

ଅଦିନିଆ ଝଡ଼ ବର୍ଷା ଉଜାଡି ଦେଲା ରବି ଫସଲ, ଚିନ୍ତାରେ ବୌଦ୍ଧ ଜିଲା ଚାଷୀ

ବୌଦ୍ଧ : ଅଦିନିଆ ଝଡ଼ ବର୍ଷା ରବି ଫସଲ ପାଇଁ ହେଲା କାଳ । ଏହି ବର୍ଷା କାରଣରୁ ବୌଦ୍ଧ ଜିଲାର ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।  ଗତ ତିନି ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ ତୋଫାନ ସହିତ ଝିପିଝିପି ବର୍ଷା ଲାଗି ରହିଥିଲା । ଯାହା କାରଣରୁ ଏହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଛି । ଅନେକ ସ୍ଥାନରେ ପନିପରିବା ଚାଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ରବି ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହି ବର୍ଷା କାରଣରୁ ବୌଦ୍ଧ ଜିଲାର ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।
 ଏହାର ସିଧାସଳଖ ପ୍ରଭାବ ଚାଷୀ କୂଳ ଉପରେ ପଡ଼ିଛି । ଅଦିନିଆ ଝଡ଼ ବର୍ଷାର ପ୍ରଭାବରେ ରବି ଫସଲ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ପ୍ରବଳ ଝଡ ତୋଫାନ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଥିଲା । ସବୁଆଡେ କୋହଲା ପାଗ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିଲା । ଏହି ଅଦିନିଆ ଝଡ଼ ବର୍ଷା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ଚାଷୀ କୂଳ ଉପରେ ପଡ଼ିଛି । ପନିପରିବା ଚାଷ ସହିତ ତରଭୁଜ ଚାଷ ତଥା ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ଥିବା ମୁଗ, ହରଡ, କୋଳଥ, ଚଣା, ଝୁଡୁଙ୍ଗ ଭଳି ରବି ଫସଲ ଉପରେ ଏହାର ଗଭୀର ପ୍ରଭାବ ପଡିଛି ।
ଅନେକ ସ୍ଥାନରେ ଚାଷ ଜମିରେ ମୁଗ, ହରଡ ଝଡିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାଛଡା ବର୍ତ୍ତମାନ ସମୟରେ ମାଣ୍ଡିଆ ଉତ୍ପାଦନ ସମୟ ହୋଇଥିବା ବେଳେ ଝଡ଼ ବର୍ଷା ଯୋଗୁଁ ଏଥିରେ ମଧ୍ୟ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଧାର କରଜ କରି ରବି ଫସଲ ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚିନ୍ତାର ପାହଡ ମାଡ଼ି ଯାଇଛି। ଏନେଇ ଜିଲ୍ଲା କୃଷି ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଚାଷୀ ଦାବି କରିଛନ୍ତି । ସେପଟେ ଲଗାଣ ବର୍ଷା ଯୋଗୁ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଠିକ୍ ଅମଳ ସମୟରେ ତୁହାକୁ ତୁହା ବର୍ଷା ଏବଂ ପବନ ଯୋଗୁଁ ପରିବା ଚାଷ ଉପରେ ପଡିଛି ବ୍ୟାପକ ପ୍ରଭାବ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories