www.samajalive.in
Monday, December 8, 2025
13.1 C
Bhubaneswar

ବାରହା ଆକ୍ରମଣରେ ଚାଷୀ ମୃତ୍ୟୁ  

କଳାପଥର:ବାଙ୍କୀ ଥାନା ଅନ୍ତର୍ଗତ  ବିଲିପଡା ଗ୍ରାମର ଧଡେଶ୍ୱର ରାଉତ (ସୁବଳ) ୪୯ ବିଲକୁ ଟମାଟୋ ତୋଳିବାକୁ ଯାଇଥିବା ବେଳେ ତାଙ୍କୁ ବାରହା ଆକ୍ରମଣ କରିଥିଲା ଏବଂ ଧଡେଶ୍ବରଙ୍କ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ ଆଜି ଧଡେଶ୍ୱର ବିଲକୁ ଟମାଟୋ ତୋଳିବାକୁ ଯାଇଥିଲା। ଏହି ସମୟରେ ତାଙ୍କୁ ବାରହା ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଗରିବ ଶ୍ରେଣୀର ଚାଷୀ ଅଟେ । ତା’ର ମୃତ ଶରୀରକୁ ୧୦୮ ଯୋଗେ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଛି । ଆସନ୍ତା କାଲି ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଉପଖଣ୍ଡ ଚିକିତ୍ସାଳୟ ତରଫରୁ ସୂଚନା ଦିଆଯାଇଛି।
ଏହି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ବହୁଚାଷୀ ବରାହ ଆକ୍ରମଣରେ ଆହତ ହୋଇଛନ୍ତି । ବାରମ୍ବାର ବନବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି  ଉପରିସ୍ଥ ଅଫିସର ଏଥିପାଇଁ କର୍ଣ୍ଣପାତ କରୁନାହାଁନ୍ତି । ତୁରନ୍ତ ବନବିଭାଗ କ୍ଷତି ପୂରଣ ଦେବା ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଭୟ ଖେଳିଯାଇଛି ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories