www.samajalive.in
Sunday, December 14, 2025
19.1 C
Bhubaneswar

ମଙ୍ଗଳବାରଠାରୁ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ

ଭୁବନେଶ୍ବର : ପଶ୍ଚିମାଝଡ଼ ପ୍ରଭାବରେ ସୋମବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଥିବାବେଳେ ମଙ୍ଗଳବାର ଠାରୁ ଖରା ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ କିଛିଦିନ ହେଲା ପଶ୍ଚିମାଝଡ଼ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଥିବାବେଳେ ତାପମାତ୍ରା ହ୍ରାସ ପାଇଥିଲା। କିନ୍ତୁ ମଙ୍ଗଳବାରଠାରୁ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି କୁହାଯାଇଛି।

ସୋମବାର ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା ଯାଜପୁରରେ ୩୫ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମାଝଡ଼ର ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ସହ ପବନ ବର୍ଷା ହୋଇଛି। ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଫସଲ କ୍ଷତିଗ୍ରସ୍ତ ହୋଇଛି।

- Advertisement -

ବୌଦ୍ଧରେ ସର୍ବାଧିକ ୪୦.୪ ମିଲିମିଟର ବର୍ଷା ହୋଇଥିବାବେଳେ ପୁରୀ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, ବଲାଙ୍ଗୀର, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ନୂଆପଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି,କୋରାପୁଟ, ଫୁଲବାଣୀ, ଜଗତସିଂହପୁର ଓ ସୁବର୍ଣ୍ଣପୁର ପ୍ରଭୃତି ଅଧିକାଂଶ ଜିଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇଛି। ଭୁବନେଶ୍ବରରେ ସକାଳେ ଓ ଅପରାହ୍ଣରେ କୁଆପଥର ବର୍ଷା ହୋଇଥିଲା। ସକାଳେ ୬.୨ ମିମି ଏବଂ ଅପରାହ୍ଣରେ ୩.୮ ମିମି ବର୍ଷା ରେକର୍ଡ଼ ହୋଇଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories