www.samajalive.in
Monday, December 15, 2025
26.1 C
Bhubaneswar

ପାଣି ଘେରରେ ମାରଡା ଗାଁ: ପହଞ୍ଚିଲା ପ୍ରଶାସନ

ହରଭଙ୍ଗା:  ମହାନଦୀରେ ବନ୍ୟାଜଳ ବୃଦ୍ଧି ଯୋଗୁଁ ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣି ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ଶୁକ୍ରବାର ଠାରୁ ପାଣିଘେରରେ ରହିଥିଲା । ଏ ସର୍ମ୍ପକୀତ ଖବର ସମାଜରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନିକ ଟିମ ସଦଳବଳେ ଶନିବାର ସକାଳେ ମାରଡା ଗାଁରେ ପଂହଚିଥିଲା । ହରଭଙ୍ଗା ତହସିଲଦାର ବଳଦେବ ବେହେରା , ହରଭଙ୍ଗା ଏ.ବି.ଡି.ଓ ସରୋଜ କୁମାର ପ୍ରଧାନ,ଜି.ପି.ଡି.ଓ ଜତୀନ କୁମାର ମିଶ୍ର ପ୍ରମୂଖ ଉଦଣ୍ଡୀ ନାଳରେ ପହଞ୍ଚିଥିଲେ। ସାଙ୍ଗରେ ନେଇଥିବା ଚାଉଳ,ଡାଲି,ତେଲ ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବୋଟ ସାହାଯ୍ୟରେ ନାଳ ପାର କରାଯାଇ ଗାଁ ଲୋକଙ୍କୁ ତିନି ଦିନ ପାଇଁ ରିଲିଫ ବଣ୍ଟନ କରାଯାଇଥିଲା । ପରେ ମେଡିକାଲ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ପତ୍ର ବଣ୍ଟନ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories