www.samajalive.in
Wednesday, December 10, 2025
26.1 C
Bhubaneswar

ମହାକାଶରେ ଅଙ୍କୁରିତ ହେବ କି ମୁଗ ଓ ମେଥୀ ? ମିଶନ ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଶୁଂ ଶୁକ୍ଲା ଏମିତି ଏକ ମିଶନ ପ୍ରସ୍ତୁତ କରୁଛନ୍ତି ଯାହା ଭବିଷ୍ୟତରେ ମହାକାଶ ଯାତ୍ରାର ଚିତ୍ର ବଦଳାଇଦେବ । ୨୯ ମେ ୨୦୨୫ରେ ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସଏସ) କୁ ଯାତ୍ରା କରିବେ । ସେଠାରେ ସେ ଏକ୍ସିଏମ୍ ମିଶନ-୪ର ଅଂଶ ହେବେ । ଏହି ମିଶନ ନାସା, ଇସ୍ରୋ ଓ ୟୁରୋପିୟନ୍ ସ୍ପେଶ୍ ଏଜେନ୍ସିର ମିଳିତ ପ୍ରଚେଷ୍ଟାରେ ହେଉଛି ।

ଶୁଭାଶୁଂଙ୍କ ସହିତ ଏହି ମିଶନରେ ଆମେରିକାର ପେଗୀ ହ୍ବିଟସନ୍, ହଙ୍ଗରୀର ତିବୋର କପୁ ଓ ପୋଲାଣ୍ଡର ସ୍ଲାଭୋସ୍ଜ ଉଡ୍ନାତ୍ସକୀ ସାମିଲ ହେବେ । ମହାକାଶରେ ଚାରା ବା ଗଛ କିଭଳି କାମ କରୁଛି ତାହା ପରୀକ୍ଷଣ କରିବା ଏହି ମିଶନର ଉଦ୍ଦେଶ୍ୟ । ଏହି ମିଶନରେ ଅନେକ ପ୍ରକାର  ପ୍ରୟୋଗ ହେବ । ସେଥିରୁ ଏକ ଖାସ୍ ପ୍ରକାର ପ୍ରୟୋଗର ନେତୃତ୍ବ ଶୁଭାଶୁଂ ଶୁକ୍ଲା ନେବେ । ସେ ମହାକାଶରେ ମୁଗ, ମେଥୀ ଅଙ୍କୁରିତ କରିବା ନିମନ୍ତେ ପ୍ରଚେଷ୍ଟା କରିବେ ।

- Advertisement -

ଏହା ସୁକ୍ଷ୍ମ ମାଧ୍ୟାକର୍ଷଣରେ ମଧ୍ୟ ଅଙ୍କୁରିତ ହୋଇପାରେ । ମୁଗ ଓ ମେଥୀରେ ଅନେକ ଔଷଧୀୟ ଗୁଣ ସହ ଭିଟାମିନ୍ ରହିଥିବାରୁ ଏହାକୁ ଚୟନ କରାଯାଇଛି । ମହାକାଶ ଯାତ୍ରୀ ଭବିଷ୍ୟତରେ ନିଜ ତାଜା ଖାଦ୍ୟ ନିଜେ ଉତ୍ପାଦନ କରିପାରିବେ କି ନାହିଁ ତାହା ଜାଣିବା ପାଇଁ ଏହି ପରୀକ୍ଷା କରାଯାଉଛି । ମାସ ମାସ ଧରି ମହାକାଶରେ ଫସି ରହିବା ଫଳରେ ମହାକାଶଚାରୀଙ୍କ ପାଖକୁ ପୃଥିବୀରୁ ସାମଗ୍ରୀ ପହଞ୍ଚାଇବା ସହଜ ହୋଇପାରୁନି । ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ସେମାନଙ୍କ ଖାଦ୍ୟ ପାଇଁ ଆଉ କୌଣସି ଚିନ୍ତା ରହିବନି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories