www.samajalive.in
Wednesday, December 10, 2025
26.1 C
Bhubaneswar

ପହଲଗାମ ପିଡୀତଙ୍କ ପାଇଁ ସମଗ୍ର ବିଶ୍ୱରେ ରାଲି ଓ ପ୍ରାର୍ଥନା ସଭା ଜାରି

ଡେସ୍କ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ସମର୍ଥନ ଜଣାଇବା ପାଇଁ ସମଗ୍ର ବିଶ୍ୱରେ ଭାରତୀୟ ସମୁଦାୟ ଶାନ୍ତିପୂର୍ଣ୍ଣ ରାଲି ଏବଂ ପ୍ରାର୍ଥନା ସଭା ଜାରି ରଖିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ଜର୍ଜିଆର ଭାରତୀୟ ସମୁଦାୟ ଆଟଲାଣ୍ଟାରେ ଏକ ପ୍ରତିବାଦ ରାଲି ଆୟୋଜନ କରିଥିଲା, ଯେଉଁଥିରେ ଆମେରିକୀୟ କଂଗ୍ରେସ ସଦସ୍ୟ ରିଚ୍ ମ୍ୟାକକର୍ମିକ ଆତଙ୍କବାଦକୁ ନିନ୍ଦା କରିବା ସହ ଉଗ୍ରବାଦୀ ହିଂସାର ମୁକାବିଲା ପାଇଁ ଅନ୍ତର୍ଜାତୀୟ ଏକତା ପାଇଁ ଆହ୍ୱାନ ଦେଇଥିଲେ ।

ଚାଉମବର୍ଗର ନ୍ୟାସନାଲ ଇଣ୍ଡିଆ ହବ୍ ଶିକାଗୋରେ ଅନେକ ଭାରତୀୟ ସଂଘ ସହ ମିଶି ଏକ ସମାବେଶର ଆୟୋଜନ କରିଥିଲେ, ଯେଉଁଠାରେ ଭାରତୀୟ କନସଲ ଜେନେରାଲ ସୋମନାଥ ଘୋଷ ଏକତା, ସ୍ମୃତି ଏବଂ ସଂକଳ୍ପର ବାର୍ତ୍ତା ଦେଇଥିଲେ। ନ୍ୟୁୟର୍କର ଜ୍ୟାକସନ ହାଇଟ୍ସସ୍ଥିତ ସେଣ୍ଟ ମେରିଅଥୋଡକ୍ସ ଚର୍ଚ୍ଚରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମ୍ପ୍ରଦାୟର ସଦସ୍ୟମାନେ ପୀଡ଼ିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୃଥିବୀର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ପେନରେ ଭାରତୀୟ ପ୍ରବାସୀ ମାନେ ମାଦ୍ରୀଦର ପ୍ଲାଜା ଡି କାଲାଓଠାରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାନାଡାରେ ଟରୋଣ୍ଟୋସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ ବାହାରେ ଏକାଠି ହୋଇ ଲୋକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱିଡେନରେ ଭାରତୀୟ ପ୍ରବାସୀମାନେ ପୀଡ଼ିତାଙ୍କୁ ସମ୍ମାନ ଜଣାଇବା ଏବଂ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇରେ ଏକଜୁଟ ହୋଇ ଠିଆ ହେବା ପାଇଁ କିଛି ମୁହୂର୍ତ୍ତ ପାଇଁ ନୀରବତା ପାଳନ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories