ଡେସ୍କ: ଆଗାମୀ ରଜରେ ମୁକ୍ତିଲାଭ କରିବ ବାବୁସାନ ଅଭିନୀତ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୁତ’। ହେଲେ ଏବେ ଏହାର କିଛି କ୍ଲିପ ମୋବାଇଲରେ ଏ ହାତରୁ ସେ ହାତକୁ ଘୁରି ବୁଲୁଛି। ଗୋଟିଏ ପଟେ ପାଇରେସିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାରେ ଆମେ ସମର୍ଥ ହୋଇନଥିବା ବେଳେ ଅପର ପକ୍ଷେ କ୍ଲିପ ଲିକ ହେବା ଘଟଣା ନିର୍ମାତା ନିର୍ଦ୍ଦେଶକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ କେଉଁ ସୋର୍ସରୁ ଏହା ଲିକ ହୋଇଛି ଏବଂ କେଉଁ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ‘ବୋଉ ବୁଟୁ ଭୁତ’ର ବ୍ୟାବସାୟିକ ସଫଳତା ଉପରେ ଏହା ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏହାକୁ ନେଇ ନିର୍ଦ୍ଦେଶକ ଜଗଦିଶ ମିଶ୍ର ଏବଂ ଅଭିନେତା ବାବୁସାନ ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।



