www.samajalive.in
Wednesday, December 10, 2025
26.1 C
Bhubaneswar

ଗୁରୁତର ପ୍ରସୂତିଙ୍କୁ ଆଣିବା ସମୟରେ ଜନନୀ ଏକ୍ସପ୍ରେସକୁ ଧକ୍କା ଦେଲା ବୋଲେରୋ

କଲ୍ୟାଣସିଂହପୁର : ଜଣେ ଗୁରୁତର ଅବସ୍ଥାରେ ଥିବା ପ୍ରସୂତି ମହିଳାଙ୍କୁ ୧୦୨ ଜନନୀ ଏକ୍ସପ୍ରେସ ମେଡିକାଲ ଆଣିବା ସମୟରେ ଏକ ବୋଲେରୋ ଧକ୍କା ଦେଇଛି । ଏହିଭଳି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ। ମହିଳା ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ମହିଳା ଜଣକ ହେଲେ ନାରାୟଣପୁର ପଞ୍ଚାୟତ ଖଟଗନ୍ଥା ଗାଁର ଦାସୀ ତିଆକାଙ୍କ ପତ୍ନୀ କୁନି ୱାଡକା। ଘଟଣାରୁ ପ୍ରକାଶ ଯେ, କୁନିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ସ୍ୱାମୀ ଦାସୀ ୧୦୨ ଜନନୀ ଆମ୍ବୁଲାନ୍ସ ଡାକିଥିଲେ। ହେଲେ୧୦୨ ଜନନୀ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ କୁନି ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତେବେ କୁନିଙ୍କ ଅବସ୍ଥା ଭଲ ନଥିବା କାରଣରୁ ଦାସୀ ତାଙ୍କୁ ୧୦୨ ଜନନୀ ଆମ୍ବୁଲାନ୍ସରେ ନେଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବାହାରିଥିଲେ। ହେଲେ ରାସ୍ତାରେ କଲ୍ୟାଣସିଂହପୁର କଦମଦ୍ଵାର ସାହି ନିକଟରେ ଜନନୀ ଆମ୍ବୁଲାନ୍ସକୁ ବୋଲେରୋ ଧକ୍କା ଦେଇଥିଲା। ଫଳରେ ଜନନୀ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରସୂତି ମହିଳା କୁନି ଅଧିକ ଗୁରୁତର ଆହତ ହୋଇଥିଲେ। ବର୍ତମାନ କୁନି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଖବର ପାଇ କଲ୍ୟଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ମହିଳା ସୁସ୍ଥ ରହିଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories