www.samajalive.in
Wednesday, December 10, 2025
26.1 C
Bhubaneswar

ସମ୍ବର ମାଂସ ଜବତ, ଦୁଇ ଶିକାରୀ ଗିରଫ

ରାଇକିଆ : କନ୍ଧମାଳ ଜିଲା ଫୁଲବାଣୀ ବନଖଣ୍ଡ,  ରାଇକିଆ ବ୍ଲକର କରଡା ବବାଞ୍ଚଳ ଅଧିକାରିଣୀ ସବନମ୍ ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ବନପାଳ ଅଜିତ କୁମାର ପ୍ରଧାନଙ୍କ ନେତ୍ବତରେ ଏକ ଟିମ୍  ବନାଞ୍ଚଳ ଏରିଆରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେ ରଣବା ସେକ୍ସନ୍ ଅନ୍ତର୍ଗତ ପାତ୍ରପୁର ଗ୍ରାମରେ ଗୋଟିଏ ସମ୍ବର ଶିକାର ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ। ଦିନ ପ୍ରାୟ ଏକ ଘଣ୍ଟିକା ସମୟରେ ସେହି ଗ୍ରାମକୁ ବନବିଭାଗ ଟିମ୍ ଅଚାନକ ଚଢ଼ାଉ କରି ଛାନଭିନ୍ କରିଥିଲେ। ରାଇକିଆ ଥାନା ଅଧୀନ କାଳୁ ମଲିକ’୬୨’ ଦାରିଙ୍ଗବାଡି ଥାନା ଅଧୀନ ଏସିଆନ୍ ପ୍ରଧାନ’୩୭’ଶଶୁର ଜ୍ବାଇଁଙ୍କୁ କାବୁ କରିଥିଲେ। ଚଢ଼ାଉ ବେଳେ ସମ୍ବର ମାଂସ ୫ କିଲୋ ,ମୁଣ୍ଡ,ଦୁଇ କାନ, ଚମଡ଼ା, ସହ ମୋବାଇଲ ଫୋନ ଜବତ କରାଯାଇଛି। ଏହି ଚଢ଼ାଉରେ ବନପାଳ ଅଜିତ କୁମାର ପ୍ରଧାନ, ରବିଶଙ୍କର ଦିଗାଳ, ଅକ୍ଷୟ କହଁର, ବନରକ୍ଷୀ ବିକାଶ ମଲ୍ଲିକ, ସ୍ୱାଗତିକା ଗୈଡ଼ ପ୍ରମୁଖ ସାମିଲ ହୋଇଥିଲେ। ଶିକାରୀ ଦୁଇଜଣଙ୍କୁ ଗିରଫ କରି ମାମଲା ରୁଜୁ କରି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍, ସହକାରୀ ବନ ସଂରକ୍ଷଣ ଶ୍ବେତାଲିନା ସାହୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନପାଳ ଶ୍ରୀ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି। ‌

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories