www.samajalive.in
Wednesday, December 10, 2025
26.1 C
Bhubaneswar

ଯକ୍ଷ୍ମା ମୁକ୍ତ ଅଞ୍ଚଳ ନିମନ୍ତେ ଜନସଚେତନତା ଶିବିର

ଆଠଗଡ :  ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ପଟେଣିଗାଁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଙ୍ଗଣରେ ଗୋଡିସାହିର ଶ୍ରୀ ଶ୍ରୀ ୟୁନିଭର୍ସିଟି ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପଟେଣୀ ଗାଁ ମିଳିତ ସହଯୋଗରେ ଯକ୍ଷ୍ମା(ଟିବି)ମୁକ୍ତ ଅଭିଯାନ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଆୟୋଜିତ ଏହି ଶିବିରରେ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କର ରକ୍ତ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଯକ୍ଷ୍ମା ରୋଗର କାରଣ, ଲକ୍ଷଣ, ନିରାକରଣ ଓ ଚିକିତ୍ସା ସମ୍ପର୍କରେ ଉପସ୍ଥିତ ଡାକ୍ତରମାନେ ବୁଝାଇବା ସହ ଏଥିପ୍ରତି  ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଯୋଗ ଶିକ୍ଷା ଦେବା ସହିତ ନିୟମିତ ଯୋଗ ଅଭ୍ୟାସ ଦ୍ୱାରା କିଭଳି ସୁସ୍ଥ ଜୀବନଯାପନ କରିପାରିବେ ସେ ସମ୍ବନ୍ଧରେ ଶିକ୍ଷା ଦିଆଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରରେ ଶ୍ରୀ ଶ୍ରୀ ୟୁନିଭର୍ସିଟି ଚିକିତ୍ସା କେନ୍ଦ୍ରର ମୁଖ୍ୟ ଡ଼ାକ୍ତର ପ୍ରଦୀପ କୁମାର ପଣ୍ଡା ଯୋଗଦେଇଥିଲେ । ଡ଼ାକ୍ତର ଉମାକାନ୍ତ ରାଉତ, ଡ଼ାକ୍ତର ଧ୍ରୁବ ପ୍ରସାଦ, ଗୁଲସମନ ଖାତୁନ ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟ କରିଥିଲେ। ଏହି ଶିବିରରେ ସରପଞ୍ଚ ଶ୍ରୀମତୀ ମାନସୀ ରାଉତ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ପଟେଣୀ ଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଚିକିତ୍ସକ ଡ଼ାକ୍ତର ପ୍ରଦୀପ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories