ମୌସୁମୀ ବର୍ଷରେ ୫ରାଜ୍ୟରେ ୪୬୫ଜଣ ମୃତ

0

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ବିଭାଗ ଦ୍ୱାରା ଜାରି ରିପୋର୍ଟ ଅନୁଯାୟୀ ୨୦୧୮ବର୍ଷର ମୌସୁମୀ ବର୍ଷା ଓ ଝଡ଼ ତୋଫାନରେ ମୋଟ୍‍ ୪୬୫ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରରେ ୧୩୮ଜଣ ପ୍ରାଣ ହରାଇଥିବାବେଳେ ୧୨୫ଜଣ କେରଳରେ ପ୍ରାଣ ହରାଇଛନ୍ତି। ସେହିପରି ୧୧୬ଜଣ ପଶ୍ଚିମବଙ୍ଗରେ ମୌସୁମୀ ଝଡ଼ ତୋଫାନରେ ପ୍ରାଣ ହରାଇଥିବାବେଳେ ଗୁଜରାଟରେ ୫୨ ଓ ଆସାମରେ ୩୪ଜଣ ପ୍ରାଣ ହରାଇଛନ୍ତି। ବର୍ଷା ପ୍ରଭାବରେ ମହାରାଷ୍ଟ୍ରର ୨୬ଟି ଜିଲା ପ୍ରଭାବିତ ହୋଇଥିବାବେଳେ ପଶ୍ଚିମବଙ୍ଗର ୨୨ଟି ଜିଲା ଓ ଆସାମର ୨୧ଟି ଜିଲା ପ୍ରଭାବିତ ହୋଇଥିଲା। ସେହିପରି କେରଳର ୧୪ଟି ଜିଲା ଓ ଗୁଜରାଟର ୧୦ଟି ଜିଲା ପ୍ରଭାବିତ ହୋଇଥିଲା। କେବଳ ଆସାମରେ ୧୦.୧୭ଲକ୍ଷ ଲୋକ ପ୍ରବଳ ବର୍ଷାରେ ଜଳବନ୍ଦୀ ହୋଇ ରହିଥିବାବେଳେ ୨.୧୭ଲକ୍ଷ ଲୋକ ସରକାରୀ ଉଦ୍ଧାର କ୍ୟାମ୍ପରେ ଆଶ୍ରୟ ନେଇଥିଲେ। ସେହିପରି ପଶ୍ଚିମବଙ୍ଗରେ ୧.୬୧ଲକ୍ଷ ଲୋକ ଜଳବନ୍ଦୀ ହୋଇଥିବାବେଳେ ଗୁଜରାଟରେ ୧୫ହଜାର ୯୧୨ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଥିଲା। ସେହିପରି କେରଳରେ ୧.୪୩ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୧୨୫ଜଣ ବନ୍ୟାରେ ପ୍ରାଣ ହରାଇବା ସହ ୯ଜଣ ନିଖୋଜ ହୋଇ ଯାଇଥିଲେ।

kalyan agarbati
Leave A Reply