www.samajalive.in
Monday, December 15, 2025
24.1 C
Bhubaneswar

ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା ; ଜୁଲାଇରେ ସର୍ବନିମ୍ନ, ଖରିଫ ଫସଲ ପାଇଁ ଚିନ୍ତା

ନୂଆଦିଲ୍ଲୀ : ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜୁଲାଇ ମାସରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି। ସାଧାରଣତଃ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଜୁଲାଇରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ।  କିନ୍ତୁ ଚଳିତ ବର୍ଷର କମ୍ ବର୍ଷା ଯୋଗୁଁ ଖରିଫ ଫସଲକୁ ନେଇ ଏବେ ଚିନ୍ତା ବଢିଛି। ବିଶେଷକରି ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ଓଡିଶା ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ଯଦି ଅଗଷ୍ଟ ମାସରେ ୯୭ ପ୍ରତିଶତ କମ୍ ବର୍ଷା ହୁଏ, ତେବେ ଏହାର ସିଧାସଳଖ ପ୍ରଭାବ ତୈଳ ଏବଂ ଡାଲି ଜାତୀୟ ଫସଲ ଉପରେ ପଡିଥାଏ। ଜୁଲାଇ ମାସରେ ଦେଶରେ ହାରାହାରି ୨୮୫.୩ ମିଲିମିଟର ବର୍ଷା ସହିତ ୯୦ ପ୍ରତିଶତ ଏଲପିଏ ବର୍ଷା ହୋଇଥିବାବେଳେ ଭାରତୀୟ ପାଣିପାଗ ବିଭାଗ ୧୦୩ ପ୍ରତିଶତ ଏଲପିଏ ଆକଳନ କରିଛି।

- Advertisement -

ଦକ୍ଷିଣ ରାଜ୍ୟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ଅଞ୍ଚଳରେ ଜୁନ ତୁଳନାରେ ଜୁଲାଇରେ କମ୍ ବର୍ଷା ହୋଇଛି। ଫାଇନାନ୍ସିଆଲ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଅଗଷ୍ଟ ମାସ ଗୁରୁତ୍ୱପୂର୍ଣ୍ଣ। କାରଣ ଶୁକ୍ରବାର ପ୍ରକାଶିତ ବିବରଣୀରେ ଆଇଏମଡି ଅଗଷ୍ଟ ମାସର ପୂର୍ବାନୁମାନକୁ ପରିବର୍ତ୍ତନ କରିନାହିଁ। ଉଭୟ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ମୌସୁମୀ ଏଲପିଏ ୧୦୪ ଆକଳନ କରାଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ, ଜୁନ୍ ରୁ ଜୁଲାଇ ମଧ୍ୟରେ ମୌସୁମୀ ସ୍ୱାଭାବିକ ଥିଲା। ଜୁନ୍ ମାସରେ ଏଲପିଏ ୧୧୮ ପ୍ରତିଶତ ବର୍ଷା ରେକର୍ଡ ହୋଇଥିଲା। ମୌସୁମ ଶୀଘ୍ର ପହଞ୍ଚିବା ଏବଂ ଜୁନ୍ ମାସରେ ସାଧାରଣ  ବର୍ଷା ଠାରୁ ୧୮ ପ୍ରତିଶତ ଅଧିକ ହେବା, ଚଳିତ ବର୍ଷ ଖରିଫ୍ ଚାଷ ବହୁତ ଭଲ ଥିଲା। କିନ୍ତୁ ଜୁଲାଇ ମାସର କମ୍ ଖରିଫ୍ ଚାଷ ପାଇଁ ସମସ୍ୟା ସୃଷ୍ଟି କରିଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories