www.samajalive.in
Sunday, December 14, 2025
19.1 C
Bhubaneswar

ମାଙ୍କଡ ଆକ୍ରମଣରେ ୯ରୁ ଊର୍ଦ୍ଧ୍ବ ଗୁରୁତର

ଅମର୍ଦ୍ଦାରୋଡ଼: ସିଂଲା ଥାନା ରଘୁନାଥପୁର ପଞ୍ଚାୟତ ଅନ୍ତର୍ଗତ ସାନ ଅସ୍ତି ଓ ନାବରା ପଞ୍ଚାୟତ ପାରକଙ୍କୁଡ଼ି ଗ୍ରାମରେ ଗୋଟିଏ ପାଗଳ ମାଙ୍କଡ ଆକ୍ରମଣରେ ୯ରୁ ଊର୍ଦ୍ଧ୍ବ ପୁରୁଷ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜକୁ ଦୁଇ ସପ୍ତାହ ଧରି ଏକ ପାଗଳ ମାଙ୍କଡ଼ ଘୁରିବୁଲି ସାଧାରଣ ଲୋକଙ୍କୁ କାମୁଡି ଲହୁ ଲୁହାଣ କରୁଥିବା ଦେଖିବାକୁ ମିଳିଛି। ଫଳରେ ମାଙ୍କଡ ଭୟରେ ଲୋକେ ଦିନରେ ମଧ୍ୟ କବାଟ କିଳି ରହୁଥିବା ବେଳେ ଛୋଟ ପିଲାଙ୍କୁ ପାଠ ପଢିବା ପାଇଁ ଘରୁ ବାହାରକୁ ଛାଡୁ ନ ଥିବା ଦେଖିବାକୁ ମିଳିଛି। ଉକ୍ତ ମାଙ୍କଡ଼ଟି ଗତ ୨୪ ତାରିଖ ମଧ୍ୟାହ୍ନରେ ସାନ ଅସ୍ତି ଗ୍ରାମର ଅଳକା ଦାସ(୩୨)ଙ୍କ ଡାହାଣ ହାତକୁ କାମୁଡ଼ିଥିଲା। ସେହିଦିନ ସନ୍ଧ୍ୟାରେ ବେଜେନ୍ଦ୍ର ମଣ୍ଡଳଙ୍କ ଡ଼ାହଣ ହାତର ପିଠିକୁ ମଧ୍ୟ କ୍ଷତାକ୍ତ କରିଥିଲା। ତହିଁ ପରଦିନ ମାଙ୍କଡ଼ଟି ପୁଷ୍ପିତା ଦାସ ନାମ୍ନୀ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା। ସେହିଭଳି ପାରକଙ୍କୁଡ଼ି ଗ୍ରାମର ତ୍ରିଲୋଚନ ଗିରି ସକାଳୁ ଘର ବାହାରେ ଦାନ୍ତ ଘସୁଥିବା ସମୟରେ ତାଙ୍କର ଡ଼ାହାଣ ଜଙ୍ଘକୁ ଏବଂ ଘନଶ୍ୟାମ ଗିରିଙ୍କ ପିଚା ଓ ପିଠିକୁ କାମୁଡ଼ି ଝୁଣି ପକାଇଥିଲା। ଅନୁରୂପ ଭାବେ ଗ୍ରାମର ଯମୁନାମଣି ନନ୍ଦୀ, ପରମାନନ୍ଦ ଗିରି, ସମ୍ପୁଡ଼ି ରାଉତ ପ୍ରମୁଖ ଆହତ ହୋଇଥିଲେ। ତେବେ ଆଜି ପୂର୍ବାହ୍ଣରେ ମାଙ୍ଗଡ଼ଟି ସୁଇଟି ଜେନାଙ୍କ ମୁହଁକୁ କାମୁଡ଼ିଥିବା ବେଳେ ସନ୍ଧ୍ୟାରେ ବରେନ୍ଦ୍ର ମହାନ୍ତିଙ୍କ ଡ଼ାହାଣ ଗୋଡ଼ ଓ ପିଠିକୁ ଆମ୍ପୁଡି ଲହୁଲୁହାଣ କରିଥିଲା। ଗ୍ରାମବାସୀ ତାଙ୍କୁ ତୁରନ୍ତ ସିଂଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ତେବେ ଦୁଇ ସପ୍ତାହ ଧରି ମାଙ୍କଡ଼ର ଉପଦ୍ରବରେ ଅତିଷ୍ଠ ହୋଇ ତାକୁ କାବୁ କରିବା ପାଇଁ ଗ୍ରାମବାସୀ ଡ଼ିଏଫଓ ଖୁସବନ୍ତ ସିଂ, ରେଞ୍ଜର ଜୟଶ୍ରୀ ମୁର୍ମୁ ଏବଂ ଜିଲାପାଳ ସୂର‌୍ୟ୍ୟବଂଶୀ ମୟୁର ବିକାଶଙ୍କୁ ଅବଗତ କରାଇବା ସହ ଲିଖିତ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ଟ୍ରାଙ୍କୁଲାଇଜ ଦଳକୁ ଡ଼କାଇ ଉକ୍ତ ମାଙ୍କଡ଼ଟିକୁ କାବୁ କରିଯିବା ନେଇ ରେଞ୍ଜର ଶ୍ରୀମତି ମୁର୍ମୁ ସୂଚନା ଦେଇଛନ୍ତି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories