www.samajalive.in
Saturday, December 13, 2025
21.1 C
Bhubaneswar

କାହିଁକି କମିଲା ବାତ୍ୟା ପ୍ରଭାବ ?

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ଦାନା’ ଯୋଗୁ ଭଦ୍ରକ, ବା​ଲେଶ୍ଵର ଏବଂ କେନ୍ଦ୍ରାପଡ଼ା ଆଦି ୩ଟି ଜିଲା ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏହି ବାତ୍ୟା ଯୋଗୁ ଯେଉଁ ପରିମାଣରେ କ୍ଷୟକ୍ଷତି ହେବ ବୋଲି ଆକଳନ କରାଯାଇଥିଲା ତାହା ହୋଇନାହିଁ। କାରଣ ସ୍ଥଳଭାଗ ଛୁଇଁବା ବେଳକୁ ବାତ୍ୟାର ପ୍ରଭାବ ହ୍ରାସ ପାଇଯାଇଥିଲା। ଯେଉଁଥିପାଇଁ ଅଧିକ ମାତ୍ରାରେ କ୍ଷୟକ୍ଷତି ହୋଇ ନ ଥିଲା।

ତେବେ ବାତ୍ୟାର ପ୍ରଭାବ ହ୍ରାସ ପାଇବାର କାରଣ ପଛରେ ରହିଛି ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ବା ଗୁରୁଚାପ। ଦୁଇ ପାର୍ଶ୍ବରେ ଦୁଇଟି ଗୁରୁଚାପ ସୃଷ୍ଟି ହେବା ଫଳରେ ବାତ୍ୟାର ତୀବ୍ରତା କମିଯାଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯାଇଛି। ଏହା ସହିତ ବାତ୍ୟା ସ୍ଥଳଭାଗ ଛୁଇଁଥିବା ଅଞ୍ଚଳରେ ୨୦୯ ବର୍ଗ କିଲୋମିଟର ପରିବ୍ୟାପ୍ତ ହେନ୍ତାଳ ବଣ ରହିଥିଲା। ଯେଉଁଥିପାଇଁ ବାତ୍ୟା ଯୋଗୁ ପ୍ରଥମ ଆଘାତ ଏହି ହେନ୍ତାଳ ବଣ ସହିଥିଲା। ସମୁଦ୍ର ଜୁଆରକୁ ହେନ୍ତାଳବଣ ବାଧା ଦେଇଥିଲା।

- Advertisement -

ବିଶେଷକରି ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇ ନ ଥିଲେ, ବାତ୍ୟା ପୂର୍ବରୁ ଯେଉଁ ବର୍ଷା ସୃଷ୍ଟି ହୋଇଥିଲା ତାହା ଅଧିକାଂଶ ଜିଲାକୁ ବ୍ୟାପିଯାଇଥାନ୍ତା। ଏହି ଦୁଇଟି ଗୁରୁଚାପ ମଧ୍ୟରୁ ଗୋଟିଏ ଆରବ ସାଗର ଉପରେ ସୃଷ୍ଟି ହୋଇଥିଲା। ଫଳରେ ବାତ୍ୟା ‘ଦାନା’ର ଉତ୍ତର-ଉତ୍ତରପଶ୍ଚିମ ପଟୁ ଶୁଷ୍କ ପବନ ସ୍ଥଳଭାଗକୁ ଅଗ୍ରସର ହୋଇଥିଲା। ସେହିପରି ବାତ୍ୟାର ପୂର୍ବ ପାର୍ଶ୍ବରେ ଅନ୍ୟ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇ ସ୍ଥଳଭାଗକୁ ପବନ ବହିଥିଲା। ଦୁଇ ପାର୍ଶ୍ବରୁ ଗୁରୁଚାପ ବାତ୍ୟାକୁ ପ୍ରତିରୋଧ କରିଥିଲା। ଏପରି ହୋଇ ନ ଥିଲେ ମଧ୍ୟ ଓଡ଼ିଶାରେ ପ୍ରବଳ ବର୍ଷା ବିତ୍ପାତ ସୃଷ୍ଟି ହୋଇଥାନ୍ତା। ବାତ୍ୟାର ପବନ ଅଧିକ ଅଞ୍ଚଳକୁ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥାନ୍ତା ବୋଲି ଆଇଏମଡି ବୈଜ୍ଞାନିକ ଉମା ଶଙ୍କର ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ହିଁ ବାତ୍ୟାକୁ ପ୍ରତିରୋଧ କରିଥିଲା। ଯାହାଫଳରେ କେବଳ ବାଲେଶ୍ଵର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଥିଲା ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories