www.samajalive.in
Friday, December 12, 2025
15.1 C
Bhubaneswar

୨୧ ଦାଦନ ଶ୍ରମିକ ଉଦ୍ଧାର, ୩ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ୨୧ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ପୁଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ଏକ ବୋଲେରୋ ଗାଡ଼ି ଏବଂ ୪ଟି ବାଇକକୁ ଅଟକାଇ ଯାଞ୍ଚ କରାଯିବା ପରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ପୁଲିସ ଏକ ବୋଲେରୋ ସହିତ ୪ଟି ଯାକ ବାଇକକୁ ଜବତ କରିବା ସହିତ ଶ୍ରମିକ ଚାଲାଣ କରୁଥିବା ୨ ସର୍ଦ୍ଦାର ଏବଂ ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି। ଏହି ଘଟଣାରେ ୨ଟି ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ, ଲାଠୋର ଥାନା ପିପଲ ବାହାଲ ଗାଁର ସର୍ଦାର ରାମବିଭାର, ତୁରକେଲା ଥାନା ଅନ୍ତର୍ଗତ ବଡ଼ ଡାକଲା, ଗଭାରା ଓ ହାତୀସରା ଗାଁରୁ ୧୫ ଦାଦନ ଶ୍ରମିକଙ୍କୁ ବୋଲେରୋ ଗାଡ଼ିରେ କଣ୍ଟାବାଞ୍ଜି ଷ୍ଟେସନକୁ ଆଣୁଥିବା ସମୟରେ ପୁଲିସ ଗାଡି ଅଟକାଇ ଯାଞ୍ଚ କରିବା ବେଳେ ଶ୍ରମିକ ଚାଲାଣ ଧରାପଡ଼ିଥିଲା। ପୁଲିସ ସର୍ଦ୍ଦାର ରାମବିଭାର ସହ ଡ୍ରାଇଭର ଘନାଶ୍ୟାମ ତାଣ୍ଡିଙ୍କୁ ଗିରଫ କରିଥିଲା। ୧୫ ଦାଦନ ଶ୍ରମିକଙ୍କ ମଧ୍ୟରେ ୮ଜଣ ପୁରୁଷ, ୫ମହିଳା ଏବଂ ୨ଶିଶୁ ଥିଲେ। ସେମାନଙ୍କୁ ନିଜ ନିଜ ଗ୍ରାମକୁ ପଠାଯାଇଥିଲା। ଅନ୍ୟ ଏକ ଘଟଣାରେ ପୁଲିସ ୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ, ୩ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ସମସ୍ତେ ପାଟଣାଗଡ ଥାନା ଅଂଚଳର। ଏହି ଘଟଣାରେ ପୁଲିସ ସର୍ଦ୍ଦାର ନୂଆପଡା ଜିଲ୍ଲା କୋମନା ଥାନା ଲହଣ୍ଡୋପାଲି ଗାଁର ନାରାୟଣ ଜଗତକୁ ଗିରଫ କରିଛି। ଶ୍ରମିକଙ୍କୁ ଆଣୁଥିବା ୪ବାଇକ ଜବତ ହୋଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories