www.samajalive.in
Tuesday, December 9, 2025
15.1 C
Bhubaneswar

ମାଙ୍କଡର ଜିଲାପି, କଚୋଡି ପ୍ରେମ

ରାଜସ୍ଥାନ : ରାଜସ୍ଥାନର ଭରତପୁରରେ ଏବେ ସଭିଁଙ୍କୁ ଆଶ୍ଚର୍ଯ୍ୟ କରିବା ସହ କୌତୁକିଆ ଘଟଣା ସାମ୍ନାକୁ ଆସିଛି। ଏକ ମାଙ୍କଡ ସକାଳ ସମୟରେ ଭରତପୁର ଅଞ୍ଚଳରେ ଥିବା ଏକ ଜଳଖିଆ ଦୋକାନକୁ ଆସି ନିଜେ କଚୋଡି ଓ ଜିଲାପି ଖାଇବାର ମଜା ନେଉଛି। ଏହାସହ ନିକଟରେ ଥିବା ଫଳ ଦୋକାନକୁ ମଧ୍ୟ ଯାଇ ସେଠାରେ ଫଳ ଖାଉଛି। କେବଳ ଏତିକି ନୁହେଁ ମାଙ୍କଡ ନିଜ ଇଚ୍ଛା ଯାଏଁ ଦୋକାନରେ ବସି ଖାଇଥାଏ, ସେ ନିଜେ ଯିବା ଯାଏଁ ଦୋକାନୀ ମଧ୍ୟ ଅପେକ୍ଷା କରିଥାଆନ୍ତି।
ଦୋକାନୀଙ୍କ କହିବା ଅନୁଯାୟୀ, ଦୋକାନରେ କଚୋଡି ଓ ଜିଲାପି ପ୍ରସ୍ତୁତ କରିବା ପରେ ଗ୍ରାହକମାନେ ଆସିବା ସହ ମାଙ୍କଡଟି ମଧ୍ୟ ଆସିଥାଏ। ଜଳଖିଆର ବେଶ ମଜା ନେଇଥାଏ। ମାଙ୍କଡଟି ଦୋକାନରେ ପ୍ରାୟ ୩୦ ମିନିଟ ରହିଥାଏ। ଏହାସହ ମାଙ୍କଡକୁ କଚୋଡି, ଜିଲାପି, ମଟର ,ଗାଜର ବେଶ ପସନ୍ଦ। ଯାହାକୁ ସେ ବେଶ ଆନନ୍ଦରେ ଖାଇଥାଏ।
ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ, ଆଜି ଯାଏଁ ମାଙ୍କଡଟି କାହାର କୌଣସି କ୍ଷତି କରିନଥାଏ। କେବଳ ନିଜର ଭୋକ ମେଣ୍ଟାଇବା ପାଇଁ ନିୟମିତ ସଠିକ ସମୟରେ ଆସି କଚୋଡି, ଜିଲାପି ସହ ନିକଟସ୍ଥ ଦୋକାନରୁ ଫଳ ଆଦି ଖାଇବା ପରେ ପ୍ରାୟ ୩୦ ମିନିଟ ରଖି ନିଜେ ସେଠାରୁ ପଳାଇଯାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories