ନୂଆଦିଲ୍ଲୀ : ଥାଇଲ୍ୟାଣ୍ଡର ଏକ ରେସ୍ତୋରାଁରେ ଗ୍ରାହକମାନେ ଖାଦ୍ୟର ମଜା ନେଉଥିବା ସମୟରେ ଏପରି କିଛି ଘଟିଥିଲା, ଯାହା ସଭିଁଙ୍କୁ ଭୟଭୀତ କରିବା ସହ ହୋସ୍ ଉଡାଇ ଦେଇଥିଲା । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଭିଡିଓଟି ବ୍ୟାଙ୍ଗକକ୍ର ଏକ ସ୍ଥାନୀୟ ରେସ୍ତୋରାଁର ବୋଲି ଜଣାପଡିଛି। ଭିଡିଓରେ ଦେଖିପାରିବେ, ରୋସ୍ତାରାଁରେ ଲୋକେ ବସି ଆରାମରେ ଖାଦ୍ୟର ମଜା ନେଉଛନ୍ତି । ସେହି ସମୟରେ ହଠାତ୍ ଖୁବ୍ ଜୋର୍ରେ ଶବ୍ଦ ହେବା ସହ ଛାତର ଏକ ଛୋଟ ଅଂଶ ତଳେ ଖସି ପଡୁଛି ।
ଛାତର କିଛି ଅଂଶ ଖସି ପଡିବା ପରେ ଲୋକେ ଯାହା ଦେଖିଲେ ବିଶ୍ୱାସ କରି ହେବ ନାହିଁ । ସେଠାରେ ଏକ ବଡ ଧରଣର ଗୋଧିର ଗୋଡ ପ୍ରଥମେ ଦେଖାଯାଉଛି । ଏହାକୁ ଦେଖି କିଛି ଲୋକେ ଚିତ୍କାର କରିବା ସହ ସେଠାରେ ଦୌଡି ପଳାଇବାକୁ ଲାଗିଲେ । ଭିଡିଓ ଭାଇରାଲ୍ ହେବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ମହାଚଳନ ; ଶୁକ୍ର କରିବେ ଏହି ରାଶିଙ୍କୁ ମାଲାମାଲ୍, ହଠାତ୍ ହେବେ ଧନୀ, ହେବ ବିବାହ, କିଣିବେ ଘର, ଗାଡି..



