www.samajalive.in
Saturday, December 6, 2025
15.1 C
Bhubaneswar

ଚୀନ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍‍

ସମାଜ ଡିଜିଟାଲ ଡେସ୍କ: ଚୀନ ଓ ତୁର୍କୀ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍‍ । ଚୀନର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଏବଂ ଏହାର ସରକାରୀ ଏଜେନ୍ସ ଅଧିକାରୀଙ୍କ ଏକ୍ସ ଆକାଉଣ୍ଟକୁ ବ୍ଲକ କରିଛି ଭାରତ । ଭାରତୀୟ ସେନା ବିରୋଧରେ ମିଛ ପ୍ରଚାର କରିବାରୁ ଆକାଉଣ୍ଟ ବ୍ଲକ କରିଛନ୍ତି କେନ୍ଦ୍ର ସରକାର । ପହଲଗାଓଁ ଆକ୍ରମଣ ପରେ ଭାରତର ପାକିସ୍ତାନ ସହିତ ଆତଙ୍କବାଦୀ ବିରୋଧରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ତୁର୍କୀ ଏବଂ ଚୀନ ପାକିସ୍ତାନକୁ ସମର୍ଥନ କରିଥିଲେ । ଏହି ସବୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଭାରତ ବିରୋଧରେ ପାକିସ୍ତାନର ପ୍ରଚାରକୁ ପ୍ରୋତ୍ସାହିତ ମଧ୍ୟ କରିଥିଲେ । ସେପଟେ ତୁର୍କୀର ସରକାରୀ ସୋସିଆଲ ମିଡ଼ିଆ ଟିଆଇଟି ଭାରତରେ ବ୍ୟାନ ହୋଇଛି । ପାକିସ୍ତାନକୁ ଯୁଦ୍ଧରେ ସହଯୋଗ କରିବାର ପ୍ରମାଣ ମିଳିବା ପରେ ବ୍ୟାନ କରିଛି ଭାରତ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ସେତେବେଳେ ଗ୍ରହଣ କରାଯାଇଛି ଯେତେବେଳେ କି ଚୀନ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳର ନାମ ପରିବର୍ତ୍ତନ କରିବାକୁ ଚାହୁଁଥିବା ଖବର ସାମ୍ନାକୁ ଆସିଛି । ଖୁବ ସହଜରେ ଚୀନର ଏଭଳି ପ୍ରୟାସକୁ ଭାରତ ଖାରଜ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ, ଅଛି ଏବଂ ସବୁବେଳେ ରହିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories