www.samajalive.in
Friday, December 5, 2025
20.1 C
Bhubaneswar

ବଟେଶ୍ୱର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ହଟିଲା କଟକଣା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ଵର ମନ୍ଦିରର ବେଳା ଭୂମିକୁ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟଟକଙ୍କୁ ବେଳାଭୂମିକୁ ଆସିବାକୁ ବାରଣ କରାଯାଇଥିଲା। ଫଳରେ ପର୍ଯ୍ୟଟକମାନେ କିଛି ମାସ ହେଲା ବେଳାଭୂମି ଦେଖି ନପାରି ନିରାଶ ହୋଇ ଫେରୁଥିଲେ।
ଏହି ସମସ୍ୟା ନେଇ ବଟେଶ୍ୱର ପରିଚାଳନା କମିଟି ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ହେବା ପରେ ସୋମବାର ଠାରୁ ପର୍ଯ୍ୟଟକମାନେ ବେଳାଭୂମି ଦର୍ଶନ କଟକଣାକୁ ହଟାଯାଇଛି। ଯାହାକୁ ନେଇ ଦୁଇ ଦିନ ହେଲା ପର୍ଯ୍ୟଟକମାନେ ଠାକୁର ଦର୍ଶନ ସାଙ୍ଗକୁ ବେଳାଭୂମିର ମଜା ନେଉଥିବା ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ ଯେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷାକୁ ନେଇ ଗଣଅଣ୍ଡା ଦାନ ପ୍ରକ୍ରିୟା ଓ ଅଣ୍ଡାରୁ ଛୁଆ ହୋଇ ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ଉକ୍ତ ବେଳାଭୂମିକୁ ପର୍ଯ୍ୟଟକକୁ ଜଙ୍ଗଲ ବିଭାଗ ପକ୍ଷରୁ ବାରଣ କରାଯାଇଥିଲା। ଯାହା ଫଳରେ ପର୍ଯ୍ୟଟକ ମନ୍ଦିରକୁ ଆସି ସମୁଦ୍ର ବେଳାଭୂମି ଯାଇ ନପାରି ଫେରି ଯାଉଥିଲେ। ବର୍ତ୍ତମାନ ବେଳାଭୂମିକୁ କୌଣସି ବାରଣ କରା ଯାଇନାହିଁ। ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନେ ସମୁଦ୍ର ବେଳାଭୂମି ଯାଇ ଉପଭୋଗ କରି ପାରିବେ। ଏହା ବିଧିବଧ ଭାବେ ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

ମହାଚଳନ ; ଶୁକ୍ର କରିବେ ଏହି ରାଶିଙ୍କୁ ମାଲାମାଲ୍‌, ହଠାତ୍‌ ହେବେ ଧନୀ, ହେବ ବିବାହ, କିଣିବେ ଘର, ଗାଡି..

ଭୋଜି ଖାଇବୁ ମାନେ ଖାଇବୁ.. ଦେଖନ୍ତୁ ଭିଡିଓ; ବିବାହ ଭୋଜି ବେଳେ ହଠାତ୍‌ ବର୍ଷା ହେବା ପରେ ଲୋକେ କଲେ ଏମିତି..

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories