www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ, ମନିପ୍ଲାଣ୍ଟ ଗଛ ଲଗାଇବାର ସଠିକ୍‌ ଦିଗ

ଘରେ ଧନର ବୃଦ୍ଧି ପାଇଁ ମନିପ୍ଲାଣ୍ଟ ଗଛ ଲଗାଇ ଥାନ୍ତି। ମନିପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନିପ୍ଲାଣ୍ଟ ଗଛ ଠିକ ଦିଗରେ ନ ରଖିବା ଦ୍ୱାରା ଧନ କ୍ଷୟ ହୋଇଥାଏ। ଯଦି ଆପଣ ଘରେ ମନିପ୍ଲାଣ୍ଟ ଗଛ ଲଗାଇବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କେଉଁ ଦିଗରେ ଗଛ ଲଗାଇବେ…
ଘରେ ମନିପ୍ଲାଣ୍ଟ ଗଛକୁ କେବେ ବି ଉତ୍ତର-ପୂର୍ବରେ ଲଗାନ୍ତୁ ନାହିଁ। କାରଣ ଏହି ଦିଗରେ ମନିପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ରୋଜଗାରରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ସହିତ ଘରେ ଶାନ୍ତି ନଷ୍ଟ ହୋଇଯାଏ।
ବେଳେବେଳେ ମନିପ୍ଲାଣ୍ଟ ଗଛ ବଢିଯିବା ପରେ ମଧ୍ୟ ଆମେ ତାକୁ ଭୂମି ଉପରେ ଛାଡି ଦେଇଥାଉ। କିନ୍ତୁ ଏପରି କରିବାର ଭୁଲ କଦାପି କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘର ଲୋକଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିଥାଏ। ମନିପ୍ଲାଣ୍ଟ ଗଛକୁ ଭୂମିରେ ପଡିବାକୁ ଦିଅନ୍ତୁ ନାହିଁ।
ଯଦି ଆପଣ ମନିପ୍ଲାଣ୍ଟ ଗଛକୁ ବୋତଲରେ ରଖିଛନ୍ତି ତେବେ ତାର ପାଣିକୁ ପ୍ରତି ୩ଦିନରେ ଥରେ ବଦଳାନ୍ତୁ। ମନିପ୍ଲାଣ୍ଟ ଗଛକୁ ସର୍ବଦା ସତେଜ ରଖନ୍ତୁ। ଏହାର ପ୍ରଭାବ ଘରେ ପଡିଥାଏ।
ମନିପ୍ଲାଣ୍ଟ ଗଛକୁ ସର୍ବଦା ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଉଚିତ। ଏହି ଦିଗରେ ମନିପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ଘରେ ଧନର ବୃଦ୍ଧି ହୋଇଥାଏ। ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories