www.samajalive.in
Saturday, December 6, 2025
15.1 C
Bhubaneswar

ରାଶି ଅନୁସାରେ ଧନ ରଖିବାର ସଠିକ୍‌ ଦିଗ

ଟଙ୍କାପଇସା ରୋଜଗାର କରିବା ସହ ତାକୁ ସଞ୍ଚୟ କରି ରଖିବା ଅତ୍ୟନ୍ତ କଷ୍ଟକର ଅଟେ। ଟଙ୍କାକୁ ସଞ୍ଚୟ କରି ରଖିବା ଦ୍ବାରା ତାହା ଆମର ଅନେକ କାର୍ଯ୍ୟରେ ଲାଗିଥାଏ। ଦରକାର ବେଳେ ସଞ୍ଚିତ ଅର୍ଥ କାର୍ଯ୍ୟରେ ଲାଗିଥାଏ। ରାଶି ଅନୁଯାୟୀ ଠିକ ସ୍ଥାନରେ ଟଙ୍କା ସଞ୍ଚୟ କରିବା ଦ୍ବାରା ଘରେ ସମୃଦ୍ଧି ବୃଦ୍ଧି ହୋଇଥାଏ।

ମେଷ : ଏହି ରାଶିର ବ୍ୟକ୍ତିମାନେ ପଶ୍ଚିମ ଦିଗରେ ଧନ ରଖିବା ଉତ୍ତମ ଅଟେ। ଯେଉଁ ବାକ୍ସରେ ଧନ ରଖୁଛନ୍ତି ସେଠାରେ ଲୁହାର ତାଲା ପକାଇ ଦିଅନ୍ତୁ। ସନ୍ଧ୍ୟା ସମୟରେ କାହାକୁ ଧାର କରଜ ଦିଅନ୍ତୁ ନାହିଁ।

- Advertisement -

ବୃଷ : ଘରର ପୂର୍ବ ଦିଗରେ ଧନ ରଖିବା ଉତ୍ତମ ଅଟେ। ଧନ ରଖୁଥିବା ସ୍ଥାନରେ ପିତ୍ତଳ ଜିନି​‌ଷ ରଖନ୍ତୁ। ସନ୍ଧ୍ୟା ସମୟରେ କାହା ଠାରୁ ଧାର ଆଣନ୍ତୁ ନାହିଁ।

ମିଥୁନ : ଘରର ଉତ୍ତର ଦିଗରେ ଧନ ରଖିବା ଅଧିକ ଅନୁକୂଳ ଅଟେ। ଘରର ଯେଉଁ ସ୍ଥାନରେ ଧନ ରଖୁଛନ୍ତି ସେଠାରେ ତମ୍ବାର ଯେକୌଣସି ବସ୍ତୁ ରଖି ଦିଅନ୍ତୁ। ମଙ୍ଗଳବାର ଦିନ କାହାକୁ କରଜ ଦିଅନ୍ତୁ ନାହିଁ କି ଆଣନ୍ତୁ ନାହିଁ।

କର୍କଟ : ଘରର ଆଗ୍ନେୟ କୋଣ ଓ ପୂର୍ବ-ଦକ୍ଷିଣ କୋଣରେ ଧନ ରଖିବା ଶୁଭ ଅଟେ। ଯେଉଁ ଠାରେ ଟଙ୍କାପଇସା ରଖୁଛନ୍ତି ସେଠାରେ ଚାନ୍ଦିର କିଛି ବସ୍ତୁ ରଖି ଦିଅନ୍ତୁ। ଧନ ରଖିବା ସ୍ଥାନରେ କୌଣସି କଳା ରଙ୍ଗର ଦ୍ରବ୍ୟ ରଖନ୍ତୁ ନାହିଁ।

ସିଂହ : ଘରର ପୂର୍ବ ଦିଗରେ ଧନ ରଖିବା ଉଚିତ। ଘରର ଯେଉଁ ସ୍ଥାନରେ ଧନ ରଖୁଛନ୍ତି ସେଠାରେ କଂସାର ଯେକୌଣସି ବସ୍ତୁ ରଖି ଦିଅନ୍ତୁ। ସେଠାରେ ସୁନାର କୌଣସି ଜିନିଷ ରଖନ୍ତୁ ନାହିଁ।

କନ୍ୟା : ଘରର ନୈଋତ କୋଣରେ ଧନ ରଖିବା ଉଚିତ। ଧନ ରଖିବା ସ୍ଥାନରେ କୌଣସି ଚାନ୍ଦିର ବସ୍ତୁ ରଖିବା ଉତ୍ତମ ହୋଇଥାଏ। ଅପରାହ୍ନ ସମୟରେ କାହା ଠାରୁ ଧାର ଆଣନ୍ତୁ ନାହିଁ।

ତୁଳା : ଘରର ଦକ୍ଷିଣ ଦିଗରେ ଧନ ରଖିବା ଉଚିତ। ଘରର ଯେଉଁ ସ୍ଥାନରେ ଧନ ରଖୁଛନ୍ତି ସେଠାରେ ଲାଲ ରଙ୍ଗର କପଡା ରଖନ୍ତୁ। ସେହି ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡିବା ଆବଶ୍ୟକ।

ବିଛା : ଘରର ଉତ୍ତର-ପଶ୍ଚିମ ଦିଗରେ ଧନ ରଖିବା ଉତ୍ତମ ହୋଇଥାଏ। ଧନକୁ ଗୋଟିଏ ହଳଦିଆ ରଙ୍ଗର କପଡାରେ ବାନ୍ଧି ସେହି ସ୍ଥାନରେ ରଖି ଦିଅନ୍ତୁ। ପ୍ରତି ମାସରେ ଧନ ରଖିଥିବା ସ୍ଥାନକୁ ସଫା କରନ୍ତୁ।

ଧନୁ : ଘରର ଆଗ୍ନେୟ କୋଣରେ ଧନ ରଖିବା ସର୍ବୋତ୍ତମ ଅଟେ। ଘରର ଯେଉଁ ସ୍ଥାନରେ ଧନ ରଖୁଛନ୍ତି ସେଠାରେ ଧଳା ରଙ୍ଗର କପଡା ରଖି ଦିଅନ୍ତୁ। ଚାନ୍ଦିର ଟଙ୍କା ରଖିବା ମଧ୍ୟ ଉତ୍ତମ ହୋଇଥାଏ।

ମକର : ଘରର ଉତ୍ତର ଦିଗରେ ଧନ ରଖିବା ଉଚିତ। ଯେଉଁ ସ୍ଥାନରେ ଧନ ରଖୁଛନ୍ତି ସେଠାରେ କୁବେରଙ୍କର ଏକ ଛୋଟ ଚିତ୍ର କରନ୍ତୁ। ଏପରି କରିବା ଦ୍ବାରା ଧନ ବୃଦ୍ଧି ହୋଇଥାଏ। ସେହି ସ୍ଥାନରେ ଭୁଲରେ ସୁନା ରଖନ୍ତୁ ନାହିଁ।

କୁମ୍ଭ : ଏହି ରାଶିର ବ୍ୟକ୍ତିମାନେ ଘରର ପୂର୍ବ ଦିଗରେ ଧନ ରଖନ୍ତୁ। ଧନ ରଖିବା ସ୍ଥାନରେ ହଳଦିଆ ରଙ୍ଗର କପଡା ରଖି ପିତ୍ତଳର ଯେକୌଣସି ଦ୍ରବ୍ୟ ରଖନ୍ତୁ। ସକାଳ ସମୟରେ କାହା ଠାରୁ କରଜ ଆଣନ୍ତୁ ନାହିଁ କି ଦିଅନ୍ତୁ ନାହିଁ।

ମୀନ : ଘରର ପଶ୍ଚିମ ଦିଗରେ ଧନ ରଖନ୍ତୁ। ଧନ ରଖିବା ସ୍ଥାନରେ ଲୁହାର କୌଣସି ଛୋଟ ବସ୍ତୁ ରଖନ୍ତୁ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories