ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବିହାର ଛକ ନିକଟରେ ଇଏସଆଇ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଛି।
ସୂଚନା ଅନୁଯାୟୀ, ମହିଳାଙ୍କ ମୃତଦେହକୁ ରାସ୍ତା ଉପରେ ରଖି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ତାଙ୍କ ଘର ସାଲିଆ ସାହିରେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପତ୍ନୀଙ୍କ ଦେହ ଖରାପ ଥିବାରୁ ଇଏସଆଇ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର ଜରୁରୀ ଥିଲା। ପରିବାର ଲୋକେ ମଧ୍ୟ ଏଥିରେ ରାଜି ଥିଲେ। ଇଏସଆଇ ହସପିଟାଲର କମ୍ପ୍ୟୁଟର ତ୍ରୁଟି ଯୋଗୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାନଯାଇ ହସପିଟାଲର କର୍ତ୍ତୁପକ୍ଷ ବୁଧବାର ସନ୍ଧ୍ୟାରୁ ନିଜ ନିଜ ରାସ୍ତାରେ ପଳାଇଥିଲେ। ଫଳରେ ଗୁରୁବାର ସକାଳେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହା ଜଣାପଡ଼ିବା ପରେ ସାଲିଆ ସାହି ରୁ ମୃତ ମହିଳାଙ୍କ ପଡ଼ୋଶୀ ଓ ସମ୍ପର୍କୀୟମାନେ ମେ ଫେୟାରୁ ଜୟଦେବ ବିହାର ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।
ରୋଗୀ ମୃତ୍ୟୁ ପରେ ଉତ୍ତେଜନା ଆରମ୍ଭ, ମେ ଫେୟାର ରୁ ଜୟଦେବ ବିହାର ରାସ୍ତା ଅବରୋଧ
Popular Categories



