mission shakti banner

ସୋମବାର ରାଶିଫଳ

nua o banner
0

ମେଷ: କର୍ମ ଚଞ୍ଚଳ ରହିବେ। ବଂଶର ମର୍ଯାଦା ରକ୍ଷା କରିବାରେ ସହାୟକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ।

ବୃଷ: ଯୋଗାଯୋଗ ଫଳରେ କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ। ବିଦ୍ୱାନ ହେବେ।

ମିଥୁନ: କ୍ରୀଡ଼ା କ୍ଷେତ୍ରରେ ସଂଗ୍ରାମ ଜାରି ରଖି ପାରନ୍ତି। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିବେ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।

କର୍କଟ: ମନରୁ ସମସ୍ତ କଳ୍ମଷ ଦୂର କରି ଶାନ୍ତିର ବାତାବରଣରେ ସମୟ ବିତାଇବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯର୍୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ସିଂହ: ବାଧା ଉପୁଜିବ; ତଥାପି କାର୍ଯ୍ୟରେ ଆଗକୁ ବଢ଼ିବେ। ସହଯୋଗ ପାଇବା କଷ୍ଟସାଧ୍ୟ ହୋଇପାରେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।

କନ୍ୟା: ଯେତେ ଅସୁବିଧାର ସମ୍ମୁଖୀନ ହେଲେ ବି ଆଗକୁ ବଢ଼ି ଚାଲିବେ। କେତେକ କ୍ଷେତ୍ରରେ ନୀରବ ଦ୍ରଷ୍ଟ୍ରା ସାଜି ପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଧାର୍ମିକ ଓ ତେଜସ୍ୱୀ ହେବେ।

ତୁଳା: ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ସୁଖୀ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକ୍ଷେତ୍ରରୁ ଲାଭ ଆସିବ। ଜଳପ୍ରତି ଆଦର ଭାବ ରହିବ। ଯାନବାହନ ସୁଖ ମିଳିପାରେ।

ବିଛା: କାର୍ଯ୍ୟଧାରାରେ ପରିବର୍ତ୍ତନ ଘଟିବ। ଉଚ୍ଚ ସମ୍ମାନ ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇ ପାରନ୍ତି। ଥଣ୍ଡା କଫ ଜନିତ ପୀଡ଼ା ଭୋଗ କରିପାରନ୍ତି। ଧାର୍ମିକ ବନ୍ଧୁପ୍ରେମୀ ଓ ବିଦ୍ୱାନ ହେବେ।

ଧନୁ: ଅଧିକ ବ୍ୟୟଯୁକ୍ତ କାର୍ଯ୍ୟରେ ମୁଣ୍ଡ ପୂରାଇ ପାରନ୍ତି। ସୌଜନ୍ୟତା ପ୍ରକାଶ ପାଇବ। ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ଲାଭ କରିପାରନ୍ତି।

ମକର: ହଇରାଣ ହେଲେ ବି: କିଛି ମିଳିପାରେ। ସାଧନାରେ ସିଦ୍ଧି ଲାଭ କରିବେ। ସୁସ୍ଥ ନିରାମୟ ରହିପାରନ୍ତି। ରୋଜଗାର ଆଶାନୁରୂପ ହେବ। ମାଲି ମୋକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବ। ଅର୍ଥ ମିଳିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।

କୁମ୍ଭ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ସାମୟିକ ଭାବେ ନିରୋଳାରେ ରହିବାକୁ ଇଚ୍ଛା କରିବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନ ଗରିମାର ଅଧିକାରୀ ହେବେ।

ମୀନ: ସାଧନା ଫଳବତୀ ହେବ। ଆୟ ଯଥେଷ୍ଟ ପରିମାଣର ହୋଇପାରେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ମିଳିବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖୀ ହେବେ।

Leave A Reply