www.samajalive.in
Saturday, December 6, 2025
15.1 C
Bhubaneswar

ସୋମବାର ରାଶିଫଳ: ଆକସ୍ମିକ ଧନଲାଭ ମିଳିବ

ମେଷ : ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃ ଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ତେଜିୟାନ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି ଜୀବନରେ ଜନସେବାକୁ ଆଦରି ନେବେ।

ବୃଷ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ । ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟ କରିବେ ।

- Advertisement -

ମିଥୁନ: ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁସ୍ଥ ରହିବେ । କୃଷି କର୍ମକାରୀ ହେବେ । ଜଳଯାତ୍ରାରେ ବିପଦ ରହିଛି, ନ କରିବା ଭଲ। ଯାନବାହନ ସୁଖ ମିଳିବ। ଜ୍ୟେଷ୍ଠ ନ ହେଲେ ବି ଶ୍ରେଷ୍ଠର ମାନ୍ୟତା ମିଳିବ।

କର୍କଟ:  ଆତ୍ମବିଶ୍ଵାସୀ ହେବେ । ମହିଳାମାନେ ସଂସ୍କାରୀ ହେବେ। ସେମାନେ କର୍ମଠ ଓ କର୍ମଚଞ୍ଚଳ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ଈଶ୍ବର ବିଶ୍ବାସୀ ହୋଇପାରନ୍ତି।

ସିଂହ: ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱସମ୍ପନ୍ନ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସଂଗ୍ରାମୀ ମନୋବୃଦ୍ଧିର ହୋଇପାରନ୍ତି। ସୁସ୍ଥ ରହିବେ ।

କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାର ଉତ୍ତମ ମାନର ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସଂଗ୍ରାମୀ ମନୋବୃଦ୍ଧିର ହୋଇପାରନ୍ତି।

ତୁଳା: ରାଜଯୋଗ ଅଛି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ।

ବିଛା : ଆୟୁଷ୍ମାନ୍ ହେବେ । ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସନ୍ତାନମାନେ ଗୁଣୀ ହେବେ। ସୁଖ ମିଳିବ।

ଧନୁ: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ର‌ହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭପ୍ରଦ ହେବ ହେବ। ଯଶସ୍ୱୀ ହେବେ। ପରସ୍ପର ସ୍ନେହ ସ୍ନେହରେ ଅନୁବନ୍ଧିତ ହୋଇ ଘରକୁ ବୈକୁଣ୍ଠ ତୁଲ୍ୟ କରିବେ।

ମକର: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପଭିବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।

କୁମ୍ଭ : ଯେଉଁ ଆକସ୍ମିକ ବିପଦ ଅଛି ତାହାକୁ ସାହସର ସହିତ ମୁକାବିଲା କରନ୍ତୁ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ସମସ୍ତଙ୍କ ପ୍ରଶଂସାଭାଜନ ହେବେ। ସୁସ୍ଥ ଓ ନିରାମୟ ରହିବେ।

ମୀନ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହେବେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories