ସୋମବାରରେ ଏହି ରାଶିଧାରୀ ମାନ-ସମ୍ମାନ ଓ ମର୍ଯ୍ୟାଦାଯୁକ୍ତ ହେବେ

 

ମେଷ- ଦିନଟି ସୁଖମୟ ହେବ। ମାନ-ସମ୍ମାନ ଓ ମର୍ଯ୍ୟାଦାଯୁକ୍ତ ହେବେ। ବନ୍ଧୁ ମିଳନ ଘଟିବ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ଦୁଃଖ ଦୂର କରିବେ।

ବୃଷ-ନୈତିକ ବଳରେ ବଳୀୟାନ ହେବେ। ଭ୍ରାତୃ ସହଯୋଗ ପାଇ ଅନାୟାସରେ ଶତ୍ରୁ ଦମନ କରିବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଋଣ ବୋଝରୁ ମୁକ୍ତ ହେବେ।

ମିଥୁନ- ଶତ୍ରୁ ପକ୍ଷର ପ୍ରଣମ୍ୟ ହୋଇପାରନ୍ତି। ଅଶେଷ ସୁଖ ପ୍ରାପ୍ତିର ସୂଚନା ମିଳୁଛି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ସନ୍ମାର୍ଗୀ ହେବେ। ଜନସାଧାରଣଙ୍କ ବିଶ୍ବାସଭାଜନ ହେବେ।

କର୍କଟ- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। କୃଷି କ୍ଷେତରୁ ଲାଭବାନ୍‌ ହେବେ। ଯାନବାହନ ସୁଖ ମିଳିବ। ମାନସିକ ଅଶାନ୍ତି ଦୂର ହେବ।

ସିଂହ -ଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ପ୍ରଭୁ ପାଦରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିପାରନ୍ତି। ସରକାରୀ ସ୍ତରରୁ ଲାଭ ମିଳିବ। ଅଶାନ୍ତି ଦୂର ହେବ। ସୁଖୀ ହେବେ।

prayash

କନ୍ୟା- ଧନବାନ ହେବେ। ବିଦ୍ୟାବାନ୍, ଗୁଣୀ ଓ ଚତୁର ହେବେ। ବନ୍ଧୁ ସହାୟତା ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଚ୍ଚାଭିଳାଷୀ ହେବେ। ଅସାଧ୍ୟ ସାଧନ ପାଇଁ ଉଦ୍ୟମ ଅବ୍ୟାହତ ରହିବ।

ତୁଳା-ରୋଜଗାରକ୍ଷମ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ସୁମିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। ବିଳାସ-ବ୍ୟସନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା-କାୟ ମନୋବାକ୍ୟରେ ଧର୍ମ ଆବରଣ କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ନୀତନିଷ୍ଠ ବ୍ୟକ୍ତିଭାବେ ସମ୍ମାନିତ ହେବେ। ମନୋବଳ ଦୃଢ଼ ରହିବ। ବାକ୍‌ ସଂଯମତା ପ୍ରାଣ ଶକ୍ତିକୁ ଉଜ୍ଜୀବିତ କରିପାରେ।

ଧନୁ -ଜୀବନ ସମର୍ପିତ ହୋଇପାରେ। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି। ସକଳ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ମକର- ଶ୍ରମର ମୂଲ୍ୟାଙ୍କନ ହେବ। ସୁଖୀ ହେବେ। ସମ୍ମାନିତ ହେବେ। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ବାଣିଜ୍ୟ କାରବାର ସ୍ବର୍ଣ୍ଣପ୍ରସୂ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ।

କୁମ୍ଭ- ପ୍ରକାଶିତ ଚିତ୍ତର ଅନୁଭୂତି ଜ୍ଞାନ, ଗରିମାମୟ ହୋଇପାରେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଉଦ୍ୟୋଗୀ ହେବେ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଅନ୍ୟକୁ ସୁଖଦେଇ ସରଳ, ନିରାଡମ୍ବର ହେବେ।

ମୀନ-ସାହସ ସଞ୍ଚୟ କରି ବିପଦର ମୁକାବିଲା କରିପାରନ୍ତି। ସର୍ବକଳା ବିଦ୍ୟାରେ ଦକ୍ଷ ହୋଇପାରନ୍ତି। ଧର୍ମପ୍ରିୟ ହେବେ। ତେଜସ୍ବିନୀ ପତ୍ନୀଙ୍କ ପରାମର୍ଶ ମିଳିବ। ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ରହିବେ।

kalyan agarbati

Comments are closed.