www.samajalive.in
Friday, December 5, 2025
17.1 C
Bhubaneswar

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ, ବଲାଙ୍ଗୀର ଉପଜିଲାପାଳଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ବଲାଙ୍ଗୀର : ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ବଲାଙ୍ଗୀର ଉପଜିଲାପାଳଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଏହି ନିର୍ଦେଶ ତତକ୍ଷଣାତ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି ।  କନିଷ୍ଠ କିରାଣୀ ଭାବେ ଯୋଗ ଦେଇଥିବା ଜଣେ ମହିଳା କର୍ମଚାରୀ ତାଙ୍କୁ ଉପଜିଲାପାଳ ଅସଦାଚରଣ କରିଥିବା ଅଭିଯୋଗ କରିବା ପରେ ଏ ସମ୍ପର୍କରେ ସରକାର ପଦକ୍ଷେପ ନେଇଛନ୍ତି ।

- Advertisement -

ଅଭିଯୋଗ ଅନୁସାରେ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର ମହିଳା କର୍ମଚାରୀଙ୍କୁ ତାଙ୍କ ଚାମ୍ବରକୁ କୌଣସି କାମ ବାହାନା କରି ଡାକିଥିଲେ। ମହିଳା ଜଣକ ଚାମ୍ବରକୁ ଗଲା ପରେ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର ତାଙ୍କୁ ଅସଦାଚରଣ କରିଥିଲେ। ମହିଳା ଜଣଙ୍କ ଜିଲ୍ଲାପାଳଙ୍କ ନିକଟରେ ଗତ ୨୬ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରାଥମିକ ତଦନ୍ତ ପରେ ଅଭିଯୋଗକାରୀ ମହିଳା କର୍ମଚାରୀଙ୍କୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟକୁ ବଦଳି କରିଥିଲେ ।
ଅଭିଯୋଗକାରୀ ମହିଳା  ତାଙ୍କ ସ୍ୱାମୀଙ୍କ ଚାକିରୀରେ ଥଇଥାନ ହୋଇଥିଲେ ତାଙ୍କର ଦୁଇ ଜଣ ଝିଅ ମଧ୍ୟ ଅଛନ୍ତି। ଗତ ଜୁଲାଇ ୩୧ ତାରିଖରେ ଅଭିଯୋଗକାରୀ ମହିଳା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରେ ଯୋଗଦେଇଥିଲେ । ତା ପରଠାରୁ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର ମହିଳା କର୍ମଚାରୀଙ୍କ ପ୍ରତି ଖରାପ ନଜର ରଖିଥିଲେ ବୋଲି ସେ ଜିଲ୍ଲାପାଳକୁ ଜଣାଇଥିଲେ । ଗତ ଅଗଷ୍ଟ ଶେଷ ସପ୍ତାହରେ ସୁଯୋଗ ଦେଖି  ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର ମହିଳାଙ୍କୁ ତାଙ୍କ ଚାମ୍ବରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ମହିଳା ଜଣକ ଭୟଭୀତ ଅଛନ୍ତି ତାଙ୍କୁ ନ୍ୟାୟ ନ ମିଳିଲେ ସେ ଓ ତାଙ୍କ ଦୁଇ ଝିଅଙ୍କ ସହ ଆତ୍ମହତ୍ୟା କରିବେ ବୋଲି ଲିଖିତ ଭାବେ ଜିଲ୍ଲାପାଳକୁ ଜଣାଇଛନ୍ତି ।

ଅଭିଯୋଗ ପରେ ବଲାଙ୍ଗୀର ଜିଲ୍ଲାପାଳ,  ଡେପୁଟି କଲେକ୍ଟର ସୁଚିତା ପୁଷ୍ପାଙ୍କ ନେତୃତ୍ୱରେ ଏକ ୬ଜଣିଆ ତଦନ୍ତକାରୀ ଦଳ ଗଠନ କରିଛନ୍ତି। ତଦନ୍ତକାରୀ ଦଳ ଅଭିଯୋଗକାରୀ ମହିଳା କର୍ମଚାରୀଙ୍କ ବୟାନ ରେକର୍ଡ କରିଥିବା ବେଳେ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରକୁ ତଦନ୍ତର ସମ୍ମୁଖୀନ ହେବା ପାଇଁ ନୋଟିସ ମଧ୍ୟ କରିଛି । ୭ଦିନ ଭିତରେ ନିଜ ପକ୍ଷ ରଖିବା ପାଇଁ ନୋଟିସରେ କୁହାଯାଇଛି ବୋଲି ତଦନ୍ତକାରୀ ଦଳର ମୁଖ୍ୟ ଡେପୁଟି କଲେକ୍ଟର ସୁଚିତା ପୁଷ୍ପା ସୂଚନା ଦେଇଛନ୍ତି ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories