www.samajalive.in
Friday, December 5, 2025
20.1 C
Bhubaneswar

ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାସ ; ୫ ଆଇଏସଜେକେ ଆତଙ୍କବାଦୀ ଗିରଫ, ୨ଟି ଆମ୍ବୁଲାନ୍ସ ଓ ବଇକ୍ ଜବତ

ଶ୍ରୀନଗର : ଚଳିତ ବର୍ଷ ମେ ମାସରେ ଶ୍ରୀନଗର ପାଣ୍ଡାଚ୍ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାସ ହୋଇଛି। ଏହି ଆକ୍ରମଣରେ ସାହାଯ୍ୟ କରିଥିବା ଆଇଏସଜେକେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହା ସହିତ ଦୁଇଟି ଆମ୍ବୁଲାନ୍ସ ଏବଂ ଗୋଟିଏ ବାଇକ୍ ଜବତ କରାଯାଇଛି। ଏମାନେ ଆକ୍ରମଣ ଘଟାଇ ଥିବା ସେହି ଆତଙ୍କବାଦୀଙ୍କୁ ଗାଡି ଏବଂ ଗୋଳା ବାରୁଦ ଯୋଗାଇଥିଲେ।

ସୂଚନାଯୋଗ୍ୟ, ମେ ୨୦ରେ ଆତଙ୍କବାଦୀମାନେ ଶ୍ରୀନଗର ଜିଲ୍ଲାର ସୀମାନ୍ତରେ ଥିବା ବିଏସଏଫର ସୀମା ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ବିଏସ୍ଏଫ୍ ର ୩୭ତମ ବାଟାଲିଅନ୍ କଣ୍ଟିଜେଣ୍ଟ୍ ଶ୍ରୀନଗର ଜିଲ୍ଲା ମୁଖ୍ୟାଳୟଠାରୁ ୧୭ କିମି ଦୂରରେ ଥିବା ପାଣ୍ଡାଚ୍ ଚକ୍ ଅଞ୍ଚଳରେ ଆକ୍ରମଣ ହୋଇଥିଲେ । ସନ୍ଧ୍ୟା ୫ଟା ବେଳେ ବାଇକରେ ତିନିଜଣ ଆତଙ୍କବାଦୀ ସେଠାରେ ପହଞ୍ଚି ଯବାନଙ୍କ ଉପରେ ଅର୍ତକିତ ଭାବରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ଦୁଇ ଯବାନ ପ୍ରାଣ ହରାଇଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ଉଭୟ ଯୁରକ୍ଷାକର୍ମୀଙ୍କ ଅସ୍ତ୍ର ନେଇ ପଳାଇଥିଲେ।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories