www.samajalive.in
Saturday, December 6, 2025
14.1 C
Bhubaneswar

ରାସ୍ତା କଡରେ ଠିଆ ହୋଇଥିବା ବେଳେ ପିଟିଦେଲା କାର୍ ,ଦୁଇ ଗୁରୁତର

ମୋହନା : ଏମିତି ବି ହୁଏ ଦୁର୍ଘଟଣା । ଯାହାକି ସମସ୍ତଙ୍କୁ ଚକିତ କଲାଭଳି । ରାସ୍ତାକଡରେ ଠିଆ ହୋଇଥିବା ବେଳେ ପଛରୁ ପିଟି ଦେଲା କାର୍ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି।  ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଦୁଇ ଯୁବକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରିର କାଳୁଚରଣ ବେହେରା ଓ ଜିତେନ୍ଦ୍ର ମହାଙ୍କୁଡ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପାର୍କ ସାହି ଅଞ୍ଚଳର ପ୍ରମୋଦ ପାତ୍ର ,ମହେନ୍ଦ୍ରଗଡ଼ ଆସି ନିଜ ପରିବାର ସହ ପୁଣି ବ୍ରହ୍ମପୁର ଯାଉଥିବା ସମୟରେ ଚନ୍ଦ୍ରଗିରି ମୁଖ୍ୟ ବଜାରରେ ଘଟିଥିଲା ଏଭଳି ଦୁର୍ଘଟଣା । ତେବେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ମାମଲା ରୁଜୁ କରି ଡ୍ରାଇଭରକୁ ପଚରାଉଚରା କରିବା ପରେ ଛାଡ଼ି ଦେଇଛନ୍ତି । ଏହି ଦୁର୍ଘଟଣା ଦୃଶ୍ୟ ସିସିଟିଭି ଫୁଟେଜ୍ ମଧ୍ୟ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ରାସ୍ତା କଡ଼ରେ ବ୍ୟକ୍ତି ଜଣଙ୍କ ନିଜ ବାମପଟରେ ଚାଲି ଚାଲି ଯାଇ ଅନ୍ୟଜଣେ ବ୍ୟକ୍ତିଙ୍କ ସହ କାନ୍ଧରେ ହାତ ପକାଇ କିଛି କଥା ହେଉଥିଲେ। ଆଉ ଠିକ୍ ସେତିକି ବେଳେ ପଛପଟୁ ଗୋଟିଏ ନାଲି ରଙ୍ଗର କାର ଆସି ତାଙ୍କୁ ଧକ୍କା ଦେଇ ଚାଲି ଯାଉଥିବା ବେଳେ କିଛି ଲୋକ କାରଟିକୁ ଅଟକାଇ ଥିଲେ। ଆଉ ସେତିକି ବେଳେ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories