ଗାଇଲେ ରଜ ଗୀତ, ଖେଳିଲେ ଦୋଳି

ମୋହନା: ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି କୁଆଁରୀ ଝିଅ ମାନଙ୍କ ଗଣପର୍ବ ରଜ। ମୋହନା ବ୍ଲକର ବିଭିନ୍ନ ଗାଁ ଗହଳିରେ ଧୂମଧାମରେ ଘରେ ଓ ବାହାରେ ଦୋଳି ବାନ୍ଧି କୁଆଁରି ଝିଅମାନେ ପାଳନ କରୁଛନ୍ତି ରଜ ପର୍ବ। ନୂଆ ଲୁଗା ଓ ପୋଷାକ ପିନ୍ଧି ବିଭିନ୍ନ ପ୍ରକାରର ପିଠା ପଣା ସାଙ୍ଗକୁ ମେହେନ୍ଦି, ଅଳତା ଲଗାଇ ସଜବାଜ ହୋଇ ରଜ ପାନ ଖାଇ ଦୋଳି ଖେଳରେ ସାମିଲ ହୋଇଥିଲେ। ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ବ୍ଳକ କଂଗ୍ରେସ ସଭାପତି ଶଙ୍କର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ କୁଆଁରୀ ଝିଅମାନେ ସ୍ବାଗତ କରିଥିଲେ । ମହିଳା ଓ କୁଆଁରୀ ଝିଅମାନେ ରଜ ଗୀତ ଗାଇ ଦୋଳି ଖେଳିବା ସାଙ୍ଗକୁ ନାଚ ଗୀତରେ ଧୂମଧାମରେ ପାଳନ କରିଛନ୍ତି ରଜ ପର୍ବ। ସେହିପରି ମୋହନା, ଅଡବା,ଚନ୍ଦ୍ରଗିରି, ପାଣି ଗଣ୍ଡା, ବିରିକୋଟ ଆଦି ଅଞ୍ଚଳରେ ପାଳନ ହୋଇଛି ଗଣପର୍ବ ରଜ।

kalyan agarbati

Comments are closed.