www.samajalive.in
Saturday, December 6, 2025
15.1 C
Bhubaneswar

କାଳବୈଶାଖୀ ତାଣ୍ଡବରେ ଉଡ଼ିଲା ଟିଣ ଭାଙ୍ଗିଲା ଗଛ

ମୋହନା: ଗଜପତି ଜିଲ୍ଲା ମୋହନାରେ ପାଖାପାଖି ୧୫ ମିନିଟ ଧରି କାଳବୈଶାଖୀ ରଚିଛି ତାଣ୍ଡବଲୀଳା। ବର୍ଷା ପବନରେ ଭାଙ୍ଗିଲା ବଡ଼ ବଡ଼ ଗଛ। ଛିଣ୍ଡିଗଲା ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର। ଏଭଳି କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ଅପରାହ୍ନରେ ମୋହନା ସହର ଛାରଖାର ହୋଇଯାଇଛି। କାଳବୈଶାଖି ପ୍ରଭାବରେ ମୋହନା ଥାନା, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ବ୍କକ୍ ରାସ୍ତା, ଅଗ୍ନିଶମ କାର୍ଯ୍ୟାଳୟ, ବନ ବିଭାଗ କାର୍ଯ୍ୟାଳୟ ଭଳି ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିବା ଯୋଗୁଁ ବିଭିନ୍ନ କାର୍ଯ୍ୟାଳୟକୁ ଯାତାୟାତ କରିବା ଠପ ହୋଇଯାଇଛି। ସେହିପରି ଜାତୀୟ ରାଜପଥ ୩୨୬ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ବିରାଟ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ଗଞ୍ଜାମ- ବ୍ରହ୍ମପୁର ଠାରୁ ରାୟଗଡ଼ା ଜିଲ୍ଲାକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଯାତ୍ରୀମାନେ ବହୁ ସମୟ ଅପେକ୍ଷା କରିବା ପରେ ନିଜେ ଗଛକୁ ରାସ୍ତାରୁ ହଟାଇଥିଲେ। ଦୋକାନ ଘରର ଟିଣ ଉଡି ଭାଙ୍ଗି ରାସ୍ତାରେ ପଡ଼ିଥିଲା। ଅନେକ ପରିବାରର ଚାଳ ଛପର ଘର ପବନରେ ଉଡିଯାଇଛି। ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ଘର ଉପରେ ଗଛ ପଡ଼ିଥିଲା। ନିଜେ ଶ୍ରୀ ନାୟକ ଗଛ କାଟି ସଫା କରିଥିଲେ। ପରେ ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତାରେ ପଡିଥିବା ଗଛ ଗୁଡିକୁ କାଟି ସଫାସୁତୁରା କରିଥିବା ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories