www.samajalive.in
Sunday, December 14, 2025
15.1 C
Bhubaneswar

ମୋହନା ବ୍ଲକ ୮ନଂ ଜୋନର ଫଳାଫଳ

ଗଜପତି ଜିଲ୍ଲାରେ ଗତ ୧୬ ତାରିଖରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରଥମ ଦିନ ୨୬ ତାରିଖରେ ଅଡବା ୮ନଂ ଜୋନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କର ଫଳାଫଳ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ବାଡ଼େଗୁଡା ସରପଞ୍ଚ ପ୍ରାର୍ଥୀ ବବିତା ମଳିକ ୩୭୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ମାଣ୍ଡିମେରା ସରପଞ୍ଚ ପ୍ରାର୍ଥୀ ମେରିୟମ ମାଝୀ ୩୩୩ ଭୋଟ, ବୁରୁଝୋଳି ସରପଞ୍ଚ ପ୍ରାର୍ଥୀ ମାଧୁସା ମାଝୀ ୩୧୯ ଭୋଟ ଓ ଡମ୍ବଗୁଡା ସରପଞ୍ଚ ପ୍ରାର୍ଥୀ କଲବା ମଳିକ ୨୯୮ ଭୋଟ, ଗୁରୁଝୋଳି ସମିତି ସଭ୍ୟ ପ୍ରାର୍ଥୀ ପ୍ରଫୁଲ୍ଲ ବେହେର ଦଳାଇ ୪୦୧, ବାଡେଗୁଡ଼ା ରୁଟୁ ମଳିକ ୩୧୬, ଡମ୍ବ ଗୁଡା ସମିତି ସଭ୍ୟ ବିଶ୍ଵନାଥ ମଳିକ ୭୦୪ ,ମାଣ୍ଡି ମେରା ସମିତି ସଭ୍ୟା ରୀତା ମଳିକ ୪୪୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଅଡବା ଜିଲ୍ଲା ପରିଷଦ ଜୋନରେ ବିଜେଡି ୩ହଜାର ୬ଶହ ୬୦ ଭୋଟରେ ଆଗୁଆ ଥିବା ଜଣାପଡିଛି। ଖବର ଲେଖା ହେବା ସୁଦ୍ଧା ଆହୁରି ୧୧ଟି ପଞ୍ଚାୟତର ଗଣନା ହେବାକୁ ବାକି ଅଛି। ରାତି ୮ଟା ସୁଦ୍ଧା ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଖବର ପ୍ରକାଶିତ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories