www.samajalive.in
Saturday, December 13, 2025
26.1 C
Bhubaneswar

ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି: ସ୍ପେନ୍‌ ପରାସ୍ତ, ୨ୟ ସ୍ଥାନରେ ଭାରତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡ଼ିୟମରେ ଶନିବାର ଖେଳାଯାଇଥିବା ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଖେଳର ଶେଷ ସେକେଣ୍ଡରେ ହରମାନପ୍ରୀତ ସିଂହଙ୍କ ପେନାଲ୍ଟି ଷ୍ଟ୍ରୋକ୍‌ ଗୋଲ ବଳରେ ଭାରତ ୫-୪ ଗୋଲରେ ସ୍ପେନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ଉଭୟ ଦଳ ମଧ୍ୟରେ ଦ୍ବିତୀୟ ମ୍ୟାଚ ରବିବାର ଖେଳାଯିବ।

ଘରୋଇ ପଡିଆରେ ଖେଳୁଥିବା ଭାରତ ଉପରେ ସ୍ପେନ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଖେଳର ୧୪ ମିନିଟ୍‌ରେ ସ୍ପେନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ପାଓ କୁନିଲ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟରର ଶେଷ ତଥା ଖେଳର ୧୫ ମିନିଟ୍‌ରେ ଭାରତ ଗୋଲ ଦେଇ ମ୍ୟାଚକୁ ବରାବର କରି ନେଇଥିଲା। ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ହରମାନପ୍ରୀତ ସିଂହ ଗୋଲରେ ପରିଣତ କରିବାରେ କୌଣସି ତ୍ରୁଟି କରିନଥିଲେ। ପ୍ରଥମ କ୍ବାର୍ଟର ଖେଳ ୧-୧ ଗୋଲ ବରାବରରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ସ୍ପେନର ଆଧିପତଃ ଦେଖିବାକୁ ମିଳିଥିଲା। ଖେଳର ୨୦ ମିନିଟ୍‌ରେ ସ୍ପେନକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମାର୍କ ମିରାଲିସ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ୨୩ ମିନିଟ୍‌ରେ ସ୍ପେନକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ମାର୍କ ମିରାଲିସ ଗୋଲ ଦେଇ ଦଳକୁ ୩-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ସ୍ପେନ ୩-୧ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ଖେଳରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ତୃତୀୟ କ୍ବାର୍ଟରରେ ଉଭୟ ଦଳ ୩ଟି ଗୋଲ ଦେଇଥିଲେ। ଖେଳର ୪୦ ମିନିଟ୍‌ରେ ସ୍ପେନକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିିଳିଥିଲା। ଏହାକୁ ମାର୍କ ମିରାଲିସ ଗୋଲରେ ପରିଣତ କରି ଦଳକୁ ୪-୧ରେ ଆଗୁଆ କରିଥିଲେ।

- Advertisement -

ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଉଦ୍ୟମ କରିଥିଲା। ଖେଳର ୪୧ ମିନିଟ୍‌ରେ ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ଶୀଳାନନ୍ଦ ଲାକ୍ରା ଗୋଲ ଦେଇ ମ୍ୟାଚକୁ ୨-୪ ସ୍ତରକୁ ଆଣିଥିଲେ। ୪୩ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସମସେର ସିଂହ ଗୋଲରେ ପରିଣତ କରିଥିଲେ। ତୃତୀୟ କ୍ବାର୍ଟର ଖେଳ ଶେଷ ସୁଦ୍ଧା ଭାରତ ୩-୪ ଗୋଲରେ ପଛୁଆ ରହିଥିଲା। ଅନ୍ତିମ କ୍ବାର୍ଟରରେ ଭାରତ ଗୋଲ ବରାବର କରିବା ନେଇ ଘନଘନ ଆକ୍ରମଣ କରିଥିଲା। ଖେଳର ୫୫ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ବରୁଣ କୁମାର ଗୋଲରେ ପରିଣତ କରି ମ୍ୟାଚକୁ ୪-୪ ବରାବର କରିଥିଲେ। ଖେଳର ଶେଷ ସେକେଣ୍ଡରେ ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ହରମାନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୫-୪ ଗୋଲରେ ବିଜୟୀ କରାଇଥିଲେ। ଭାରତ ୫ଟି ମ୍ୟାଚରୁ ୪ଟି ବିଜୟ, ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ପାଇ ଗ୍ରୁପ ଦ୍ବିତିୟ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ସ୍ପେନ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories