www.samajalive.in
Sunday, December 14, 2025
26.1 C
Bhubaneswar

ବୋଡ଼ାସାପ କାମୁଡ଼ାରେ ସାପ ଧରାଳି ଆହତ

ଆଠଗଡ଼଼: ଆଠଗଡ଼଼ ସହରର ଝରଣଛକସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିବା ଏକ ବୋଡ଼ା ସାପକୁ ଧରିବା ବେଳେ ଉକ୍ତ ସାପ କାମୁଡ଼ାରେ ଅଭିଜ୍ଞ ସାପ ଧରାଳୀ ସୁଶାନ୍ତ କୁମାର ପାତ୍ର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଝରଣଛକର ସତ୍ୟଜିତ ଦାଶଙ୍କ ଘରେ ଏକ ୪ ଫୁଟ ଲମ୍ବର ବୋଡ଼ା ସାପ ପଶିଥିବା ଖବର ପାଇ ସାପ ଧରାଳି ତଥା ସ୍ନେକ ହେଲ୍ପଲାଇନରେ ସଦସ୍ୟ ସୁଶାନ୍ତ ତୁରନ୍ତ ସେଠାରେ ପହଞ୍ଚିଥିଲେ।

ସାପଟିକୁ ଘର ଭିତରୁ ଏକ ସ୍ୱତନ୍ତ୍ର ସାପଧରା ବାଡ଼ି ସାହାଯ୍ୟରେ ସୁଶାନ୍ତ ଧରିବା ପରେ ତାକୁ ଏକ ଅଖାରେ ଭର୍ତ୍ତି କରିବା ସମୟରେ ସାପଟି ତାଙ୍କ ହାତ ବୁଢ଼ା ଆଙ୍ଗୁଟିକୁ କାମୁଡ଼ି ଦେଇଥିଲା। ତେବେ ସୁଶାନ୍ତ ପ୍ରଥମେ ବନବିଭାଗର ପରାମର୍ଶ କ୍ରମେ ଜଙ୍ଗଲରେ ଛାଡ଼ିବା ପରେ ନିଜେ ଡାକ୍ତରଖାନା ଯାଇଥିଲେ। କର୍ତ୍ତବ୍ୟରତ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ପରେ ପରିସ୍ଥିତି ବିପଦମୁକ୍ତ ଥିବା କହି ତାଙ୍କୁ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories