www.samajalive.in
Monday, December 15, 2025
17.1 C
Bhubaneswar

ମୋହନାରେ ଅନୁସୂଚିତ ଜନଜାତି ଓ ଜାତି ସ୍ୱତନ୍ତ୍ର ସଚିବ: ବିଦ୍ୟାଳୟର ଭିର୍ତ୍ତିଭୂମି ପରଖିଲେ, ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଲେ

ମୋହନା: ଗଜପତି ଜିଲା ମୋହନାକୁ ଦୁଇ ଦିନିଆ ଗ୍ରସ୍ତ କରିଛନ୍ତି ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ସ୍ବତନ୍ତ୍ର ସଚିବ ପବିତ୍ର ମଣ୍ଡଳ। ସେ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କର ଉନ୍ନତି ପାଇଁ ଜାରି ରହିଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟର ଶ୍ରେଣୀ କୋଠରୀ ଓ ହଷ୍ଟେଲ ଗୃହ ଗୁଡିକୁ ଅନୁଧ୍ୟାନ କରିବା ସହିତ ସେମାନଙ୍କର ବିକାଶ ଆଶିବାରେ ସରକାରଙ୍କର ନିରନ୍ତର ଉଦ୍ୟମ ଜାରି ରହିଥିବା କହିଥିଲେ।

 

- Advertisement -

ପ୍ରଥମ ଦିନରେ ସେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ବଡଖଣି ଆଶ୍ରମ ବିଦ୍ୟାଳୟ, ଲେମ୍ବାପଙ୍କା ଆଶ୍ରମ ବିଦ୍ୟାଳୟ ଓ ମୋହନା ସରକାରୀ ଉଚ୍ଚବିଦ୍ୟାଳୟ(ଏସଏସଡି)ର ବାଳିକା ଛାତ୍ରୀବାସ ଓ ବାଳକ ଛାତ୍ରାବାସର ନୂତନ କୋଠା ଏବଂ ନିର୍ମାଣାଧିନ କୋଠା ପରିଦର୍ଶନ କରିଥିଲେ। ହଷ୍ଟେଲର ଛାତ୍ରଛାତ୍ରୀ ମାନଙ୍କୁ ସାଧାରଣଜ୍ଞାନ ପାଠ ଉପରେ ପ୍ରଶ୍ନ ପଚାରିଥିଲେ। ବିଦ୍ୟାଳୟ ଗୁଡିକରେ ରହିଥିବା ସମସ୍ୟା ଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ନୂତନ କୋଠାକୁ ଶୀଘ୍ର ଶେଷ କରି କାର୍ୟ୍ୟକ୍ଷମ କରିବା ପାଇଁ ଯନ୍ତ୍ରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଚିବଙ୍କ ପରିଦର୍ଶନ ସମୟରେ ଜିଲା ପ୍ରକଳ୍ପ ପ୍ରଶାସକ (ପିଏଆଇଟିଡିଏ) ସରୋଜ ବେହେରା ଓ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories